ଜୁନ ୨୧ ସୂର୍ଯ୍ୟପରାଗ କରିବ କରୋନାର ଅନ୍ତ?

୨୧ ଜୁନ୍ ବର୍ଷର ସବୁଠାରୁ ବଡଦିନ ଏହି ଦିନ ଲାଗିବାକୁ ଯାଉଛି ଏହି ମାସର ଦ୍ୱିତୀୟ ଗ୍ରହଣ । ମାତ୍ର ୧୦ ଦିନ ପୂର୍ବରୁ ହୋଇଥିଲା ଚନ୍ଦ୍ର ଗ୍ରହଣ । ୧୯ ବର୍ଷ ପୂର୍ବରୁ ୨୧ ଜୁନରେ ସୂର୍ଯ୍ୟ ପରାଗ ହୋଇଥିଲା । ଥେର ମଧ୍ୟ ରବିବାର ଦିନ ପଡୁଛି ସୂର୍ଯ୍ୟ ଗ୍ରହଣ । ରବିବାର ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କୁ ପୂଜା କରାଯାଇଥାଏ । ଏହି ବାରଟି ସୂର୍ଯ୍ୟଙ୍କ ପାଇଁ ସମର୍ପିତ । ରବିବାରରେ ସୂର୍ଯ୍ୟ ପରାଗ ହେଉଥିବାରୁ ଏହି ଦିନକୁ ବେଶ୍ ଦୁର୍ଲଭ ବିଚାର କରାଯାଉଛି । ତେବେ କରୋନା ସମୟରେ ଏହି ସୂର୍ଯ୍ୟ ପରାଗ କେତେ ଖତରନାକ ହୋଇପାରେ ବା ଏହାର କଣ ପ୍ରଭାବ ରହିବ ଆସନ୍ତୁ ଜାଣିବା ।
ଋବିବାର ସକାଳ ୯ଟା ୧୬ ମିନିଟରେ ଆରମ୍ଭ ହେବ ଗ୍ରହଣ । ଦିନ ୧୨ଟା୧୦ରେ ସଂପୂର୍ଣ୍ଣ ସୂର୍ଯ୍ୟ ପରାଗ ହେବ ଓ ୩ଟା୪ ବେଳକୁ ଏହା ସମାପ୍ତ ହେବ । ଦିନରେ ସନ୍ଧ୍ୟା ଭଳି ସ୍ଥିତି ହୋଇପାରେ । ଗ୍ରହଣକୁ ଖାଲି ଆଖିରେ ଦେଖନ୍ତୁ ନାହିଁ । ଚଷମା ବା ଏକ୍ସରେ ଦ୍ୱାରା ଏହାକୁ ଆପଣ ଦେଖି ପାରିବେ । ଭାରତ ସମେତ ଏହି ସୂର୍ଯ୍ୟ ପରାଗ ଏସିଆ, ୟୁରୋପ, ଆଫ୍ରିକା, ଅଷ୍ଟ୍ରେଲିଆ ଓ ଦକ୍ଷିଣ-ପୂର୍ବ ଆମେରିକାରେ ଦେଖିବାକୁ ମିଳିବ । ଗ୍ରହଣ ଲାଗିବାର ୧୨ ଘନ୍ଟା ପୂର୍ବରୁ ପାକ ତ୍ୟାଗ କରାଯାଏ । ଶନିବାର ରାତି ୯ଟା ୧୬ରୁ ପାକ ତ୍ୟାଗ କରାଯିବ ।
ଏହି ସମୟରେ ଚେନ୍ନାଇର ଜଣେ ବୈଜ୍ଞାନିକଙ୍କ ମତ ସମସ୍ତଙ୍କୁ ଅବାକ୍ କରିଦେଇଛି । ସେ କହିଛନ୍ତି ଏହି ସୂର୍ଯ୍ୟ ପରାଗ ସହ କରୋନା ଭାଇସର ସମ୍ବନ୍ଧ ରହିଛି । ୨୧ ଜୁନ୍ ଠାରୁ କରୋନା ଭାଇରସର ଶକ୍ତି ହ୍ରାସ ହେବ । ଡ.କେଏଲ୍ କହିଛନ୍ତି ଗତ ବର୍ଷ ଡିସେମ୍ବର ୨୬ ତାରିଖରେ ଲାଗିଥିବା ସୂର୍ଯ୍ୟ ପରାଗ ସହିତ କରୋନାର ସଂପର୍କ ଥିଲା । ସେତେବେଳେ କରୋନା ଲୋକ ମାନଙ୍କ ଅବସ୍ଥା ଖରାପ କରିବା ପାଇଁ ଆସିଥିଲା । ବର୍ତ୍ତମାନ ଏହି ସୂର୍ଯ୍ୟ ପରାଗ କରୋନାକୁ ବିନାଶ କରିବ ।

Post Your View

Leave a Reply

Your email address will not be published. Required fields are marked *

Back to top button