ଭୟଙ୍କର ରୂପରେ କରୋନା

ଜଟିଳ ହେଉଛି ସ୍ଥିତି

କରୋନାକୁ ନେଇ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । ୨୪ ଘଂଟାରେ ସବୁ ରେକର୍ଡ ଭାଙ୍ଗିଛି କରୋନା । ୨୪ଘଂଟାରେ ୮୩ହଜାର ୮ଶହ ୮୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ହଜାରେ ୪୩ଜଣଙ୍କର ମୃତ୍ୟୁ ହୋଇଛି । ସେପ୍ଟେମ୍ବର ୩ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୮ଲକ୍ଷ ୫୩ହଜାର ୪୦୬ଜଣ କରୋନାଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୯ଲକ୍ଷ ୭୦ହଜାର ୪୯୨ଜଣ ସୁସ୍ଥ ହୋଇଥିବାବେଳେ ୬୭ହଜାର ୩୭୬ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ୨୪ ଘଂଟାରେ ମୋଟ ୮୩ହଜାର ୮୮୩ଆକ୍ରାନ୍ତଙ୍କୁ ମିଶାଇ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୮୧ଲକ୍ଷ ୫ହଜାର ୫ଶହ ୩୮ ରହିଛି । ସେହିପରି ରାଜ୍ୟରେ ମଧ୍ୟ ସ୍ଥିତି ସଂଙ୍ଗୀନ ରହିଛି । ରାଜ୍ୟରେ ଆଜି ୩୦ଟି ଜିଲ୍ଲାରୁ ମୋଟ ୩୬୩୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୭୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେନଟାଇନରୁ ୨୨୧୪ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ ରହିଛି ୧୪୧୭ । ମୋଟ ପଜିଟିଭ ସଂଖ୍ୟା ୧ଲକ୍ଷ ୧୩ହଜାର ୪୧୧କୁ ବୃଦ୍ଧି ହୋଇଛି । ସେହିପରି କରୋନାରୁ ସୁସ୍ଥ ହୋଇଛନ୍ତି ୮୪ହଜାର ୦୭୩ ଏବଂ ଆକ୍ଟିଭ କେସ ରହିଛି ୨୮ହଜାର ୭୬୩ । ସେହିପରି ଆଜି ରାଜ୍ୟରେ ଆଉ କରୋନା ୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୨୨କୁ ବୃଦ୍ଧି ହୋଇଛି । ଗଂଜାମରୁ ୩ ଓ କଟକରୁ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ବାଲେଶ୍ୱର, କନ୍ଧମାଳ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ମୃତ୍ୟୁ ହୋଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ୩୭୦, ମୟୂରଭଂଜରୁ ୩୬୫, ବରଗଡରୁ ୨୩୮ ଜଣ ଚିହ୍ନଟ ହୋଇଛନ୍ତି । ଭଦ୍ରକରୁ ୧୮୬, ପୁରୀରୁ ୧୫୭, ଯାଜପୁର-୧୨୭, ବାଲେଶ୍ୱରରୁ ୧୧୪, ରାୟଗଡାରୁ ୧୧୧, ଗଂଜାମରୁ ୧୦୭, ନୟାଗଡରୁ ୧୦୦ଜଣ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୯୫, କୋରାପୁଟରୁ ୯୩, କେନ୍ଦ୍ରାପଡାରୁ ୮୫ଜଣ ଚିହ୍ନଟ ହୋଇଛନ୍ତି । କେନ୍ଦୁଝର ଓ ଝାରସୁଗୁଡାରୁ ୮୦ ଲେଖାଏଁ ଜଗତସିଂହପୁରରୁ ୭୯ଜଣ ଚିହ୍ନଟ ହୋଇଛନ୍ତି । ସମ୍ବଲପୁରରୁ ୬୮, ଢ଼େଙ୍କାନାଳରୁ-୫୬, ମାଲକାନାଗିରିରୁ ୫୫ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ସୁବର୍ଣ୍ଣପୁରରୁ ୫୦, ନୂଆପଡାରୁ -୪୯, ନବରଙ୍ଗପୁରରୁ ୪୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କନ୍ଧମାଳରୁ ୪୪, ଅନୁଗୁଳରୁ ୪, ବଲାଙ୍ଗିରରୁ ୩୯ଜଣ ସଂକ୍ରମିତ ଚିହ୍ନଟ । କଳାହାଣ୍ଡି ଓ ବୌଦ୍ଧରୁ ୨୭ ଲେଖାଏଁ ଦେବଗଡରୁ ୧୧, ଗଜପତିରୁ ୯ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

Post Your View

Leave a Reply

Your email address will not be published. Required fields are marked *

Back to top button