ଆଜି ବିଶ୍ୱ ପେପର ବ୍ୟାଗ ଦିବସ

ପ୍ଲାଷ୍ଟିକ ବର୍ଜନ କରିବାକୁ ରାଜ୍ୟ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ସଚେତନତା ସୃଷ୍ଟି କରିବା ସହିତ ବିଭିନ୍ନ ସକଠୋର ଆଭିମୁଖ୍ୟ ଗ୍ରହଣ କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପ୍ଲାଷ୍ଟିକ ବ୍ୟବହାର ବନ୍ଦ ହେଉନାହିଁ । ପ୍ଲାଷ୍ଟିକର ପରିିବେଶ ଉପରେ କୁପ୍ରଭାବ ବିଷୟରେ ପ୍ରାୟ ସମସ୍ତଙ୍କୁ ଜଣାଥିଲେ ମଧ୍ୟ ଶସ୍ତା, ସୁନ୍ଦର ଓ ସହଜରେ ଉପଲବ୍ଧ ହେଉଥିବାରୁ ବିଶେଷକରି ପ୍ଲାଷ୍ଟିକର ପୋଲିଥିନ ଓ ବ୍ୟାଗ ଆଜି ବି ଲୋକମାନେ ବହୁଳ ବ୍ୟବହାର ଜାରି ରଖିଛନ୍ତି । ପ୍ଲାଷ୍ଟିକର ବ୍ୟବହାର ଉପରେ ଯଦି ସଂପୂର୍ଣ୍ଣ ରୋକ ନଲଗାଯାଏ ତେବେ ୨୦୫୦ ବେଳକୁ ସମୁଦ୍ରରେ ମାଛର ଓଜନ ଠାରୁ ପ୍ଲାଷ୍ଟିକ ବର୍ଜ୍ୟବସତୁର ଓଜନ ବଢିଯିବ ବୋଲି ବିଶେଷଜ୍ଞ ମାନେ ସନ୍ଦେହ ପ୍ରକଟ କରୁଛନ୍ତି । ଯାହାକୁ ନେଇ ବିଶ୍ୱ ଜନମାନସରେ ଅଧିକ ସଚେତନତା ସୃଷ୍ଟି କରିବାକୁ ପ୍ରତିବର୍ଷ ଜୁଲାଇ ୧୨ରେ ବିଶ୍ୱ “ପେପର ବ୍ୟାଗ ଦିବସ” ପାଳନ କରାଯାଉଛି । ପ୍ଲାଷ୍ଟିକ ବ୍ୟାଗ ବ୍ୟବହାର ପରିବର୍ତ୍ତେ ପେପର ବ୍ୟାଗ ବ୍ୟବହହୃତ କରିବାକୁ ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳ ଲକ୍ଷ ରହିଛି । ଫଳରେ ନିଜର ଆଗାମୀ ପିଢୀ ସହିତ ପ୍ରକୃତି ଓ ପରିବେଶ ମଧ୍ୟ ବେଶ ସୁସ୍ଥ ରହିପାରିବ ।, ଆଜି ବିଶ୍ୱ ପେପର ବ୍ୟାଗ ଦିବସ

ପେପର ବ୍ୟାଗର ଇତିହାସ – ୧୮୫୨ ମସିହାରେ ଆମେରିକୀୟ ଫ୍ରାନ୍ସିସ ୱଲ୍‌ ପ୍ରଥମେ ପେପର ବ୍ୟାଗ ମେସିନ ଉଦଭାବନ କରିଥିଲେ । ପରେ ୧୮୭୧ ମସିହାରେ ସେହି ଆମେରିକାର ମହିଳା ମାର୍ଗେଟ ଓ ନାଇଟ ଅନ୍ୟ ଏକ ମେସିନ ଡିଜାଇନ କରିଥିଲେ । ଫ୍ଲାଟ ଓ ବଟମ ପରି ବ୍ୟାଗ ନିର୍ମାଣ କରି ମାର୍ଗେଟ ପ୍ରଶଂସା ସାଉଁଟିବା ସହିତ ସେ “ଦ ମଦର ଅଫ ଗ୍ଲୋସରୀ ବ୍ୟାଗ” ଭାବରେ ବେଶ ପରିଚିତ ଥିଲେ । ୧୯୧୨ରେ ବ୍ୱାଲ୍ଟର ଡୁବେନର ବ୍ୟଗରେ ମଜଭୂତ ଦଉଡି ଲଗାଇ ପେପର ବ୍ୟାଗରେ ସାମଗ୍ରୀ ନେବା ଆଣିବାରେ ଅଧିକ ସୁବିଧା କରାଇଥିଲେ । ପରେ ଅନେକ ଉଦ୍ଭାବକ ବିଭିନ୍ନ ନୁଆ ନୁଆ ଡିଜାଇନ ପେପର ବ୍ୟାଗ ମେସିନ ଉଦ୍ଭାବନ କରି ପେପର ବ୍ୟାଗକୁ ହାଲକା ସୁନ୍ଦର ଓ ସ୍ୱଳ୍ପ ଦାମୀ କରାଇ ପାରିଛନ୍ତି ।

 

, ଆଜି ବିଶ୍ୱ ପେପର ବ୍ୟାଗ ଦିବସ
ପେପର ବ୍ୟାଗର ଉପକାରିତା- 

୧- ପେପର ବ୍ୟାଗକୁ ୧୦୦% ରିସାଇକେଲ କରାଯିବା ସହିତ ପ୍ରାକୃତିକ ରସାୟନିକ ପ୍ରକ୍ରିୟାରେ ଏହା ଏକ ମାସ ମଧ୍ୟରେ ନଷ୍ଟ ହୋଇପାରିବ ।
୨- ଆବଶ୍ୟକୀୟ ଆକାରର ସାମଗ୍ରୀ ସହିତ ଆବଶ୍ୟକୀୟ ଓଜନର ସାମଗ୍ରୀ ନେବାକୁ ପେପର ବ୍ୟାଗ ଉପଲବ୍ଧ ହୋଇପାରୁଛି ।
୩- ପେପର ବ୍ୟାଗ ତିଆରି ପାଇଁ ପ୍ଲାଷ୍ଟିକ ବ୍ୟାଗ ଠାରୁ ଅଳ୍ପ ମାତ୍ରାରେ ବିଦ୍ୟୁତ ଶକ୍ତି ଖର୍ଚ୍ଚ ହୋଇଥାଏ । ଫଳରେ ବିଦ୍ୟୁତ ଶକ୍ତି ମଧ୍ୟ ସଂଚୟ କରାଯାଇାପରିବ ।
୪- ରାସ୍ତା କଡ ନାଳ ନର୍ଦ୍ଦମାରେ ପଡୁଥିବା ପ୍ଲାଷ୍ଟିକ ପୋଲିଥିନ ବ୍ୟାଗ ଓ ଥଳି ଗୁଡିକୁ ଗାଇଗୋରୁ ସହିତ ଅନେକ ପଶୁ ଖାଇଥାନ୍ତି, ଯାହାକି ସେମାନଙ୍କ ପାଇଁ ଅନେକ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ମାତ୍ର ପେପର ବ୍ୟାଗ ପଶୁପକ୍ଷୀଙ୍କ ପାଇଁ କ୍ଷତିକାରକ ହୋଇନଥାଏ ।
୫- ପେପର ବ୍ୟାଗ ଗୁଡିକ ବହୁବାର ବ୍ୟବହାର କରିହେବା ସହିତ ପେପର ବ୍ୟାଗକୁ କମ୍ପୋଷ୍ଟରେ ମଧ୍ୟ ପରିଣତ କରାଯାଇ ପାରେ ।
ସୁସ୍ଥ ଓ ସୁନ୍ଦର ପରିବେଶ ଗଠନ ପାଇଁ ସମସ୍ତେ ପ୍ଲାଷ୍ଟିକ ପରିବର୍ତ୍ତେ ପେପର ବ୍ୟାଗ ଅଧିକ ବ୍ୟବହାର କରିବାକୁ ଆଜିର ବିଶ୍ୱ ପେପର ବ୍ୟାଗ ଦିବସରେ ଝର୍କା ଓଡିଶା ଆହ୍ୱାନ କରୁଛି ।

Post Your View

Leave a Reply

Your email address will not be published. Required fields are marked *

Back to top button