ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଅଫିସକୁ ପଶିଲା AK-47

ତାଲିବାନ୍ ଦାଦାଗିରି ପୂର୍ବତନ କ୍ରିକେଟରଙ୍କ ସହ ଫଟୋ ଭାଇରାଲ

ବନ୍ଧୁକ ଏବଂ ହିଂସା ବଳରେ ଆଫଗାନିସ୍ତାନକୁ ଦଖଲ କରିଛି ତାଲିବାନ । ଏହାପରେ ବି ତାଲିବାନ ଲାଗିଛି ଶକ୍ତ ଝଟ୍‌କା । ଯଦି ତାଲିବାନ ୨୦ ବର୍ଷ ପରେ ଆଫଗାନିସ୍ତାନକୁ ଫେରିଛି । ତଥାପି ବର୍ତ୍ତମାନ ତାଲିବାନ ପୁରା କାଙ୍ଗାଳ ହୋଇ ରହିବ । ଆମେରିକା ୭୦୬ ବିଲିୟନ ଟଙ୍କା ମୂଲ୍ୟର ସମ୍ପତ୍ତି ଫ୍ରିଜ୍ କରିବା ପରେ ଆତଙ୍କବାଦୀ ସଂଗଠନ ତାଲିବାନ ଆଉ ଏକ ଝଟକା ଲାଗିଛି । ଆଇଏମ୍‌ଏଫ୍ ଅର୍ଥାତ୍ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଟି ତାଲିବାନ ଦ୍ୱାରା ଆଫଗାନିସ୍ତାନକୁ ଏହାର ସମ୍ବଳ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି ।, ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଅଫିସକୁ ପଶିଲା AK-47କାବୁଲରେ ଥିବା ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଅଫିସ ଭିତରେ ତାଲିବାନୀମାନେ ବନ୍ଧୁକ ଧରି ପ୍ରବେଶ କରିଛନ୍ତି । ଏନେଇ ଏକ ଫଟୋ ଭାଇରାଲ୍ ହୋଇଛି । ଏହି ଫଟୋରେ ଆଫଗାନିସ୍ତାନର ପୂର୍ବତନ କ୍ରିକେଟର ଅବଦୁଲ୍ଲା ମଜାରି ଏବଂ କିଛି ତାଲିବାନୀ ଏକାଠି ହୋଇ AK-47 ସହିତ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ଅଫିସରେ ପଶିଥିବା ଜଣାପଡୁଛି । ତେବେ ଦେଶରେ ଯେଉଁ ପରିସ୍ଥିତି ଉପୁଜିଛି ସେଥିରେ କ୍ରିକେଟ ପ୍ରଭାବିତ ହେବ ନାହିଁ ବୋଲି ଆଫଗାନିସ୍ତାନ କ୍ରିକେଟ ବୋର୍ଡର ପ୍ରମୁଖ ଅଧିକାରୀ କହିଛନ୍ତି ।, ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଅଫିସକୁ ପଶିଲା AK-47ଆଫଗାନିସ୍ତାନ କ୍ରିକେଟ ଟିମ୍ ଟି-ଟ୍ୱେଣ୍ଟି ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଦେଶରେ ଥିବା ବିଭିନ୍ନ କ୍ରିକେଟ ଷ୍ଟାଡିୟମକୁ ତାଲିବାନ ନିଜ ନିୟନ୍ତ୍ରଣକୁ ନେଇଥିବା ଏକ ରିପୋର୍ଟରୁ ଜଣାପଡିଛି । ତେବେ ତାଲିବାନ ଏସବୁକୁ କବଜା କରିବା ପୂର୍ବରୁ ଆଫଗାନିସ୍ତାନ କ୍ରିକେଟ ବୋର୍ଡର ସିଇଓ ହମିଦ ଶନିୱାରି କହିଥିଲେ ଯେ ଆଗାମୀ ଦିନରେ ଆଫଗାନ୍ କ୍ରିକେଟର କୌଣସି କ୍ଷତି ହେବ ନାହିଁ । କାହିଁକି ନା ତାଲିବାନୀମାନେ ମଧ୍ୟ କ୍ରିକେଟକୁ ସମର୍ଥନ କରନ୍ତି । ଆଫଗାନିସ୍ତାନ କ୍ରିକେଟର ଏବଂ ତାଙ୍କ ପରିବାର ସୁରକ୍ଷିତ ରହିଛି । କେବଳ ରସିଦ ଖାନ୍ ଏବଂ ମୁଜିବ ଉର ରେହମାନ ଏକ ଟୁର୍ଣ୍ଣାମେଣ୍ଟ ପାଇଁ ଇଂଲଣ୍ଡରେ ରହିଛନ୍ତି । ବାକି ସମସ୍ତ ଖେଳାଳି ସୁରକ୍ଷିତ ରହିଛନ୍ତି ବୋଲି ହମିଦ କହିଛନ୍ତି ।, ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଅଫିସକୁ ପଶିଲା AK-47ଅନ୍ୟପଟେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି) ଘରୋଇ ଟି-ଟ୍ୱେଣ୍ଟି ସିରିଜର ତାରିଖ ଘୋଷଣା କରିଛି। ୧୦ ସେପ୍ଟେମ୍ୱରରୁ ୨୫ସେପ୍ଟେମ୍ୱର ମଧ୍ୟରେ କ୍ରିକେଟ ଖେଳାଯିବ ବୋଲି ବୋର୍ଡ ଘୋଷଣା କରିଛି। ଏହି ମ୍ୟାଚ କାବୁଲ କ୍ରିକେଟ ଷ୍ଟାଡିୟମରେ ହେବ ବୋଲି କୁହଯାଇଛି ।ଆୟୋଜିତ ହେବାକୁ ଥିବା ଏହି ଘରୋଇ ଟି-ଟ୍ୱେଣ୍ଟି ମ୍ୟାଚରେ ଆଉ ଦୁଇଟି ଦଳ ସାମିଲ ହେବେ । ଏହାକୁ ମିଶାଇ ମୋଟ୍ ଫ୍ରାଞ୍ଚାଇଜ୍‌ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଏହା ଲିଗର ଅଷ୍ଟମ ସଂସ୍କରଣ ବୋଲି ଟ୍ୱିଟ୍ କରି ସୂଚନା ଦେଇଛି ଏସିବି । ଏହାକୁ ନେଇ ସିଇଓ ହମିଦ ଏକ ବିବୃତ୍ତିରେ କହିଛନ୍ତି, ଏଥର ଏହି ସିରିଜ୍ ଦର୍ଶକ ଏବଂ ପ୍ରଶଂସକଙ୍କୁ ଏକ ନୂଆ ଅଭିଜ୍ଞତା ପ୍ରଦାନ କରିବ। ଏହା ଖେଳାଳିଙ୍କ ପାଇଁ ଆର୍ଥିକ ଦୃଷ୍ଟିରୁ ବହୁତ ଲାଭଦାୟକ ହେବ।

Post Your View

Leave a Reply

Your email address will not be published. Required fields are marked *

Back to top button