ଏନ୍‌ଡିଏରେ ନାରୀ ଶକ୍ତି

କେନ୍ଦ୍ରର ଐତିହାସିକ ପଦକ୍ଷେପ..

ଭାରତୀୟ ସେନା, ନୌସେନା ଓ ବାୟୁ ସେନାରେ ମହିଳାଙ୍କୁ ମିଳିବ ସ୍ଥାୟୀ କମିଶନ । ଏନେଇ ତିନି ବାହିନୀର ମୁଖ୍ୟ ରାଜି ହୋଇଛନ୍ତି । ସୁପ୍ରିମକୋର୍ଟ ନିକଟରେ ଏମସମ୍ପର୍କରେ ତଥ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଏହା ସହ ଏନଡିଏ ଓ ନାଭାଲ ଏକାଡେମୀରେ ମହିଳାଙ୍କୁ ଅନୁମତି ଦେବା ଲାଗି ମଧ୍ୟ ସରକାର ସହମତି ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାର କହିଛନ୍ତି, ଏନ୍‌ଡିଏ ଏବଂ ନାଭାଲ ଏକାଡେମିରେ ମହିଳାମାନଙ୍କୁ ପ୍ରବେଶ ମିଳିବ । ଏନେଇ ତିନି ସେନା ମୁଖ୍ୟ ଏବଂ ସରକାର ନିଷ୍ପତ୍ତି ନେଇଛନ୍ତି । ଗତ ସନ୍ଧ୍ୟାରେ ଏହି ନିଷ୍ପତ୍ତି ନିଆଯାଇଛି । ମହିଳା କ୍ୟାଡେଟ୍‌ଙ୍କୁ ଏହି ଦୁଇଟି ସଂସ୍ଥାରେ ସୁଯୋଗ ମିଳିବ କିନ୍ତୁ କେଉଁ ପଦ୍ଧତିରେ ସେ ନେଇ ନୀତି ନିର୍ଦ୍ଧାରିତ ହୋଇନାହିଁ । ଏଥିପାଇଁ ଯୋଜନା ଚାଲିଛି ।, ଏନ୍‌ଡିଏରେ ନାରୀ ଶକ୍ତିଲିଙ୍ଗଗତ ସାମ୍ୟତାରେ ଶସସ୍ତ୍ରବାହିନୀମାନଙ୍କୁ ଆହୁରି ଅଧିକ କିଛି କରିବାକୁ ପଡିବ । ସଶସ୍ତ୍ରବାହିନୀର ମୁଖ୍ୟମାନେ ଗ୍ରହଣ କରିଥିବା ନିଷ୍ପତ୍ତିରେ ମୁଁ ଆନନ୍ଦିତ । ସେମାନଙ୍କୁ ବୁଝାଇବାରେ ସମର୍ଥ ହୋଇଥିବାରୁ ଆପଣଙ୍କୁ ଅଭିନନ୍ଦନ ବୋଲି କେନ୍ଦ୍ରକୁ ସୁପ୍ରିମକୋର୍ଟ କହିଛନ୍ତି । ଏହାପରେ ୨ ବିଚାରପତିଙ୍କ ବେଞ୍ଚର ଅଧ୍ୟକ୍ଷତା କରୁଥିବା ଜଷ୍ଟିସ ସଞ୍ଜୟ କିଶନ କୌଲ ସରକାରଙ୍କୁ ଏହି ନିଷ୍ପତ୍ତିକୁ ପ୍ରଶଂସା କରି କହିଛନ୍ତି ଯେ, ‘ଆମେ ଖୁସି ଯେ ସେନା ନିଜେ ଏହି ଦିଗରେ ପଦକ୍ଷେପ ନେଇଛି । ସେନାକୁ ସମ୍ମାନ, କିନ୍ତୁ ଲିଙ୍ଗଗତ ସମାନତା ପାଇଁ ବହୁତ କିଛି କରିବା ଆବଶ୍ୟକ। ମହିଳାମାନେ ଯେଉଁ ଭୂମିକା ଗ୍ରହଣ କରୁଛନ୍ତି, ତାର ମହତ୍ତ୍ୱ ବୁଝିବା ଦରକାର। ଯଦି ଏହି ନିର୍ଣ୍ଣୟ ଆଗରୁ ନିଆଯାଇଥାନ୍ତା ତାହେଲେ ଆମକୁ କୌଣସି ଆଦେଶ ଦେବାକୁ ପଡ଼ିନଥାନ୍ତା।’ କୋର୍ଟ ଅତିରିକ୍ତ ସଲିସିଟର ଜେନେରାଲଙ୍କୁ କହିଛନ୍ତି ଯେ ସରକାର ଗ୍ରହଣ କରିଥିବା ନିଷ୍ପତ୍ତି ଉପରେ ଏକ ଲିଖିତ ପ୍ରମାଣପତ୍ର ଦାଖଲ କରନ୍ତୁ।, ଏନ୍‌ଡିଏରେ ନାରୀ ଶକ୍ତିସୁପ୍ରିମ୍‌ କୋର୍ଟ ଆହୁରି କହିଛନ୍ତି ଯ‌େ, ନିଷ୍ପତ୍ତି ନିଆଯାଉଛି ବୋଲି ଗତ ଶୁଣାଣିରେ କହିଥିଲେ ଆମେ ହସ୍ତକ୍ଷେପ କରି ନ ଥାଆନ୍ତୁ। ସରକାର କ’ଣ କରୁଛନ୍ତି, ଭବିଷ୍ୟତରେ କିଭଳି ପଦକ୍ଷେପ ନିଆଯିବ ଏବଂ ଆମ ଠାରୁ କି ଆଦେଶ ଆବଶ୍ୟକ ହେବ ସେ ସଂକ୍ରାନ୍ତରେ ଆପଣ ଏକ ସତ୍ୟପାଠ ଦାଖଲ କରନ୍ତୁ। ଏଥିପାଇଁ କେନ୍ଦ୍ର ସରକାରଙ୍କୁ କୋର୍ଟ ୧୦ ଦିନ ସମୟ ଦେଇଛନ୍ତି। ଆସନ୍ତା ୨୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ପୂର୍ବରୁ ଅଗଷ୍ଟ ୧୭ ତାରିଖରେ ସୁପ୍ରିମକୋର୍ଟ ଝିଅମାନଙ୍କୁ ଏନଡିଏ ଅର୍ଥାତ୍ ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ସାମିଲ ହୋଇପାରିବା ନେଇ ଅନୁମତି ଦେଇଥିଲେ। ଚଳିତ ବର୍ଷ ସେପ୍ଟେମ୍ବର ୫ରେ ହୋଇଥିବା ଏନଡିଏ ପରୀକ୍ଷାରୁ ଏହି ଆଦେଶ କାର୍ଯ୍ୟକାରୀ ହୋଇଥିଲା।

Post Your View

Leave a Reply

Your email address will not be published. Required fields are marked *

Back to top button