କୁହୁଡି କବଳରେ ରାଜଧାନୀ

ରାଜ୍ୟରେ ପାରଦ ତଳମୁହାଁ, ବଢିବ ଥଣ୍ଡା

ରାଜ୍ୟରେ ପାରଦ ତଳମୁହାଁ । ସେଥିପାଇଁ ଦିନକୁ ଦିନ ବଢ଼ୁଛି ଥଣ୍ଡା । ଆଜି ସକାଳୁ ଭୁବନେଶ୍ୱର ସମେତ ରାଜ୍ୟର କିଛି ସ୍ଥାନରେ ଘନ କୁହୁଡ଼ିର ଆସ୍ତର ଦେଖିବାକୁ ମିଳିଥିଲା । କୁହୁଡ଼ି ଆସ୍ତରଣ ଅଧିକ ଥିବା କାରଣରୁ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା । ଭୋର ସମୟରେ କୁହୁଡି ଏମିତି କବଳିତ କରିଥିଲା ମୁହଁକୁ ମୁହଁ ଦେଖିବା ସମ୍ଭବ ନଥିଲା । ଲୋକେ ବହୁ ଅସୁବିଧାର ସାମ୍ନା କରିଥିଲେ । ସମସ୍ତେ ଗାଡ଼ିରେ ଲାଇଟ ଦେବା ସହ ହର୍ଣ୍ଣ ମାରି ରାସ୍ତାରେ ଯାତାୟତ କରୁଥିଲେ । ଭୁବନେଶ୍ୱର ସମେତ ଖୋର୍ଦ୍ଧା, କଟକ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ ଆଜି ଜିଲ୍ଲାରେ ଘନକୁହୁଡ଼ି ଦେଖିବାକୁ ମିଳିଥିଲା । ଭୁବନେଶ୍ୱରରେ ଟ୍ରେନ୍ ଚଳାଚଳ ଠାରୁ ଆରମ୍ଭ କରି ବିମାନ ଚଳାଚଳରେ ମଧ୍ୟ ବିଳମ୍ଭ ହୋଇଛି । ଆଗାମୀ କିଛି ଦିନ ପାଇଁ ରାଜ୍ୟର ପାଣିପାଗ ମୁଖ୍ୟତଃ ଖରାଟିଆ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ୨୧ ତାରିଖ ବେଳକୁ କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।

Post Your View

Leave a Reply

Your email address will not be published. Required fields are marked *

Back to top button