ପଦକ ଆଡକୁ ଅଗ୍ରସର ହେଲେ ପିଭି ସିନ୍ଧୁ

ହଙ୍ଗକଙ୍ଗର ଚିଉଙ୍ଗଙ୍କୁ ୨୧-୯, ୨୧-୧୬ରେ ହରାଇ ପ୍ରି-କ୍ୱାର୍ଟର ଫାଇନାଲକୁ ଉନ୍ନିତ

ଟୋକିଓ ଅଲିମ୍ପିକ୍ସରେ ଭାରତର ତାରକା ବ୍ୟାଡମିଣ୍ଟନ ଖେଳାଳି ପି.ଭି ସିନ୍ଧୁ ଦମଦାର ପ୍ରଦର୍ଶନ କରିଛନ୍ତି । ଅନ୍ୟ ଏକ ସହଜ ବିଜୟ ସହିତ ପିଭି ସିନ୍ଧୁ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛନ୍ତି । ସିନ୍ଧୁ ହଂକଂ ଖେଳାଳି ୨୧-୯, ୨୧-୧୬ ରେ ପରାସ୍ତ କରିଛନ୍ତି । ଫଳରେ ସିନ୍ଧୁଙ୍କଠାରୁ ପଦକ ଆଶା କରିଛି ଭାରତ ।ଏହି ସହଜ ବିଜୟ ସହ ସିନ୍ଧୁ ପ୍ରି-କ୍ୱାର୍ଟର ଫାଇନାଲରେ ନିଜର ସ୍ଥାନ ପକ୍କା କରିଛନ୍ତି । ସିନ୍ଧୁ ତାଙ୍କ ପ୍ରଥମ ମ୍ୟାଚରେ ଇସ୍ରାଏଲ ପ୍ରତିପକ୍ଷକୁ ହରାଇଥିଲେ । ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ । ଟୋକିଓ ଅଲିମ୍ପିକ୍ସରେ ସିନ୍ଧୁଙ୍କଠାରୁ ଭାରତ ସ୍ୱର୍ଣ୍ଣ ପଦକ ଆଶା ରଖିଛି ।, ପଦକ ଆଡକୁ ଅଗ୍ରସର ହେଲେ ପିଭି ସିନ୍ଧୁସେପଟେ ତୀରନ୍ଦାଜରେ ଭାରତ ଆଉ ଏକ ନିରାଶା ପାଇଛି । ଭାରତର ତରୁଣଦୀପ ରୟ ରାଉଣ୍ଡ ଅପ ୩୨ରୁ ବାହାରି ଯାଇଛନ୍ତି । ଇଟାଲୀ ଖେଳାଳିଙ୍କ ହାତରେ ତରୁଣଦୀପ ରୟଙ୍କୁ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ତେବେ ତରୁଣଦୀପ ସକାଳେ ତାଙ୍କର ପ୍ରଥମ ମ୍ୟାଚ୍ ଜିତିଥିଲେ । କିନ୍ତୁ ତରୁଣଦୀପ ରୟ ତାଙ୍କର ବିଜୟ ଧାରା ଜାରି ରଖିପାରିନଥିଲେ ।

Post Your View

Leave a Reply

Your email address will not be published. Required fields are marked *

Back to top button