କାଲି କୃଷକ କରିବେ ଭାରତ ବନ୍ଦ‌

ସକାଳ ୬ ରୁ ସଂନ୍ଧ୍ୟା ୬ ଯାଏ ବନ୍ଦ ରହିବ ଏହିସବୁ ସେବା ..

କେନ୍ଦ୍ର ସରକାରଙ୍କ ତିନି ନୂତନ କୃଷି ଆଇନ୍ ବିରୋଧରେ ଜାରି ରହିଛି କୃଷକଙ୍କ ଆନ୍ଦୋଳନ । ତେବେ ହଜାର ହଜାର ସଂଖ୍ୟକ କୃଷକ ଏମଏସପି ଉପରେ ସ୍ୱତନ୍ତ୍ର ଆଇନ ଆଣିବା ଏବଂ ତିନି କୃଷି ଆଇନ ପ୍ରତ୍ୟାହାର କରିବା ଦାବିରେ ଅଡି ରହିଛନ୍ତି । ଆସନ୍ତାକାଲି କୃଷକଙ୍କ ଆନ୍ଦୋଳନକୁ ଚାରି ମାସ ପୂରଣ ହେବାକୁ ଯାଉଛି । ଏହି ଅବସରରେ ମାର୍ଚ୍ଚ ୨୭ରେ କୃଷକ ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି । ତେବେ ଏହି ଆନ୍ଦୋଳନଟି ୬ ରୁ ସନ୍ଧ୍ୟା ୬ ଟା ଯାଏ ବଳବତର ରହିବ । ଏହାସହ ବନ୍ଦ ବେଳେ ପୁରା ଦେଶର ସଡକ, ରେଳ ପରିବହନ ସହ ଦୋକାନ ବଜାର ମଧ୍ୟ ବନ୍ଦ ରହିବ ବୋଲି କୁହାଯାଇଛି ।, କାଲି କୃଷକ କରିବେ ଭାରତ ବନ୍ଦ‌କୃଷକ ନେତା ଦର୍ଶନ ପାଲ କହିଛନ୍ତି କି ‘ଏହି ଆନ୍ଦୋଳନକୁ ସଫଳ କରିବାକୁ ଆମେ ଦେଶବାସୀଙ୍କୁ ଅନୁରୋଧ କରୁଛୁ’ । ଅନ୍ୟପଟେ କୃଷକ ନେତା ବୁଟାସିଂ ବୂୁର୍ଜଗିଲ କହିଛନ୍ତି କି ଆନ୍ଦୋଳନକୁ ୪ ମାସ ପୁରିଲାଣି । ସରକାର ଏନେଇ କିଛି ବିଚାର କରୁଥିବା ଭଳି ମନେ ହେଉନାହିଁ ତେଣୁ ଆମେ ଭାରତ ବନ୍ଦର ଡାକରା ଦେଇଛୁ । ଏହି ଭାରତ ବନ୍ଦ ପାଳନ ବେଳେ ଶାନ୍ତି ବଜାୟ ରଖିବାକୁ ସେ କୃଷକ ମାନଙ୍କୁ କହିଛନ୍ତି । ଏହାସହ ମାର୍ଚ୍ଚ ୨୮ ତାରିଖ ଦିନ ହୋଲିକା ଦହନ ଅବସରରେ କୃଷି ଆଇନର ପ୍ରତୀକାତ୍ମକ ଛବି ଦହନ କରାଯିବ ବୋଲି ସେ କହିଛନ୍ତି ।, କାଲି କୃଷକ କରିବେ ଭାରତ ବନ୍ଦ‌କାଲି ଭାରତବନ୍ଦକୁ କୃଷକ ସଂଗଠନ ସହ ଅନ୍ୟାନ୍ୟ ସଂଗଠନ ମାନେ ସମର୍ଥନ ଜଣାଇଥିବା ବେଳେ ପ୍ରଥମଥର ପାଇଁ ଆନ୍ଧ୍ରପ୍ରଦେଶର ଜଗନମୋହନ ରେଡ୍ଡି ସରକାର ଏହି ବନ୍ଦକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡି କହିଛନ୍ତି କି ଏହି ବନ୍ଦ ପାଳନ ଦିନ ୧ ଟା ପର୍ଯ୍ୟନ୍ତ ପାଳନ କରାଯିବ । ଦିନ ୧ ଟା ପରେ ସବୁ ସରକାରୀ ସଂସ୍ଥାନ ଖୋଲା ରହିବ ଓ ଆରଟିସି ବସ୍ ଚାଲିବ ।

Post Your View

Leave a Reply

Your email address will not be published. Required fields are marked *

Back to top button