ଓଡିଶା ସରକାରଙ୍କୁ ଧନ୍ୟବାଦ ଦେଲେ କଳାକାର

ଓଡିଶା ସରକାରଙ୍କୁ କାହିଁକି ଧନ୍ୟବାଦ ଦେଲେ କଳାକାର ?

ଓଡିଶାର କଳା ସଂସ୍କୃତି ପାଇଁ ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ଜଗନ୍ନାଥଙ୍କୁ ଓଡିଶାବାସୀ ନିଜର ଆରାଧ୍ୟ ଦେବତା ମାନନ୍ତି । ଜଗନ୍ନାଥଙ୍କ ସଂସ୍କୃତିରେ ଅନୁପ୍ରାଣିତ ଓଡିଶାର ସଂସ୍କୃତି । ଓଡିଶାର ବାଜା, ତାଳ, ମୃଦଙ୍ଗ, ଗିନି, ତୁରୀ, ଆଦି ବେଶ୍ ପ୍ରସିଦ୍ଧ । ଦଣ୍ଡ ନାଚ ସମୟରେ , କୈାଣସି ପୂଜାର୍ଚ୍ଚନା ସମୟରେ, ବିବାହ, ବ୍ରତ ଆଦି ଶୁଭ ଅବସରରେ ବାଜାକୁ ଖୋଜା ପଡେ ଓ ବଜେଇବା ପାଇଁ କଳାର ଆବଶ୍ୟକତା ହୋଇଥାଏ । ଏହି କଳାକାର ମାନେ ବେଶ୍ ସୁନ୍ଦର ବଜାଇଥାନ୍ତି । ସେମାନଙ୍କ ଉପରେ ସରକାରଙ୍କ ନଜର ପଡିଛି । ସରକାର ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭତ୍ତା ବ୍ୟବସ୍ଥା କରିଛନ୍ତି ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର ।

, ଓଡିଶା ସରକାରଙ୍କୁ ଧନ୍ୟବାଦ ଦେଲେ କଳାକାର
କଳା ସଂସ୍କୃତିର ଉତ୍ସ ହେଉଛି ଓଡିଶା । ଏଇଠି ରହିଛି କଳା ଓ କଳାକାରଙ୍କ ଗନ୍ତାଘର । ଗାୟକ, ବାଦକ ନୃତକ, କବି, କବୟତ୍ରୀ, ଗାଳ୍ପିକ ମାନଙ୍କ ସମାରୋହ ଏଠାରେ ଦେଖିବାକୁ ମିଳେ । ଓଡିଶାର ଓଡିଶୀ ନୃତ୍ୟ ବିଶ୍ୱ ପ୍ରସିଦ୍ଧି ଳାଭ କରିଛି । ଭାଙ୍ଗଡା ବାଜା, ଦୂଲ୍ ଦୁଲି, ସିଂ ବାଜା ଭଳି ବିଭିନ୍ନ ବାଦକ ମାନେ ଅଛନ୍ତି । ଆଗରୁ ସବୁ ଶୁଭ କାମରେ ଏମାନଙ୍କୁ ଖୋଜା ପଡୁଥିଲା । କିନ୍ତୁ ବର୍ତ୍ତମାନ ଆଧୁନିକତା ସମସ୍ତଙ୍କୁ ଆବଦ୍ଧ କରି ରଖିଛି । ପ୍ରାୟ ସବୁ ଲୋକ ଡିଜେ ମ୍ୟୁଜିକ୍ ଆଦିକୁ ବାଜା ଠାରୁ ଅଧିକ ପ୍ରଶୟ ଦେଉଁନ୍ତି କିନ୍ତୁ ଆଜିବି ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ କି ବାଜା ବଜେଇବାକୁ ନିଜ କୈାଳିକ ବୃତ୍ତି ଭାବରେ ଗ୍ରହଣ କରିଛନ୍ତି । ଏବଂ ନିଜ ଆଗାମୀ ପିଢୀଙ୍କୁ ମଧ୍ୟ ଶିକ୍ଷା ଦେଉଛନ୍ତି । ଆଜିକାଲି ଧର୍ମସ୍ଥଳୀ ଗୁଡିକରେ ବାଜା,ତୁରୀ ଆଦି ବାଜୁ ଥିବାର ବେଶୀ ଶୁଣିବାକୁ ମିଳେ ସଂଧ୍ୟାରେ କୀର୍ତ୍ତନ କରିବା ସମୟରେ ଏହି ବାଜା ବାଜିଥାଏ ।

, ଓଡିଶା ସରକାରଙ୍କୁ ଧନ୍ୟବାଦ ଦେଲେ କଳାକାର

ତେବେ ଏହି କଳା ସଂସ୍କୃତିକୁ ଯୁଗ ଯୁଗ ପାଇଁ ବଂଚାଇ ରଖିବା ପାଇଁ ଓ କଳାକାର ମାନଙ୍କ ଉତ୍ସାହ ଏବଂ ପ୍ରେରଣା ଯୋଗାଇ ଦେବାକୁ ସରକାର ଭତ୍ତା ବ୍ୟବସ୍ଥା କରିଛନ୍ତି । ଯାହା ଫଳରେ ରାଜ୍ୟର ବହୁ କଳାକାର ମାନେ ଆଗକୁ ଆସିବା ପାଇଁ ତତ୍ପରତା ଦେଖାଇ ନିଜ ଲୁକାୟିତ ପ୍ରତିଭାକୁ ଓ ନିଜ ଅଞ୍ଚଳର ସଂସ୍କୃତିକୁ ତ୍ୱରାନ୍ୱିତ କରିବାରେ ଲାଗି ପଡିଛନ୍ତି । ଓଡିଶାର ବିଭିନ୍ନ ଗାଁରେ ଏବେଏବି ଶୁଣିବାକୁ ମିଳେ ବିଭିନ୍ନ ବାଜା, ତୁରୀ, ମୃଦଙ୍ଗର ସ୍ୱର, ସଂକୀର୍ତ୍ତନ, ପାଲା, ଦାଶକାଠିଆ ଭଳି ଅନେକ ପରମ୍ପରା ।

Post Your View

Leave a Reply

Your email address will not be published. Required fields are marked *

Back to top button