ଗୋଟିଏ ଦିନରେ ୮୦୮ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ୧୫ହଜାର ଟପିଲା ଆରୋଗ୍ୟ ସଂଖ୍ୟା

ହୁ ହୁ ହୋଇ ବଢିଚାଲିଛି କରୋନା । ବଢୁଛି ମୃତକଙ୍କ ସଂଖ୍ୟା । ହେଲେ ପ୍ରଶାସନର ସହଯୋଗ ଆଉ କରୋନା ଯୋଦ୍ଧାଙ୍କ ଉଦ୍ୟମ ଯୋଗୁ ଆଜି ମିଳିଛି ଏକ ବଡ ସଫଳତା । ରାଜ୍ୟର ୨୨ଟି ଜିଲ୍ଲାରୁ ୮୦୮ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏହା ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା ୧୫ହଜାର ୨୦୦ରେ ପହଂଚିଛି । ଦିନକରେ ଏତେ ସଂଖ୍ୟାରେ ଆକ୍ରାନ୍ତ ସୁସ୍ଥ ହୋଇଥିବାରୁ ରାଜ୍ୟ ସରକାର କରୋନା ଯୋଦ୍ଧାଙ୍କ ଉଦ୍ୟମକୂୁ ପ୍ରଶଂସା କରିଛନ୍ତି । ସବୁଠାରୁ ଇଙ୍ଗ କଥା ହେଲା ଗଂଜାମରୁ ସର୍ବାଧିକ ୫୩୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାୟଗଡା ଜିଲ୍ଲାରୁ ୬୧ଜଣ, କଟକ ଜିଲ୍ଲାରୁ ୩୫ଜଣ, ମାଲକାନଗିରିରୁ ୩୦ଜଣ , ଗଜପତିରୁ ୨୨ଜଣ , ବାଲେଶ୍ୱର ଓ ଖୋର୍ଦ୍ଧାରୁ ୧୯ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସରକାରୀ ତଥ୍ୟ ଅନୁସାରେ ମୋଟ ୪ଲକ୍ଷ ୩୩ହଜାର ୫୭୮ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ହୋଇଛି । ଏଥିରୁ ୨୨ହଜାର ୬୯୩ଟି ନମୁନା ପଜିଟିଭ ଆସିଥିବା ଜଣାପଡିଛି ।

Post Your View

Leave a Reply

Your email address will not be published. Required fields are marked *

Back to top button