ସ୍ପେନ୍ ଗସ୍ତ ପାଇଁ ଭାରତୀୟ ମହିଳା ହକି ଦଳରେ ଓଡ଼ିଶାର ଦୀପଗ୍ରେସ୍, ଲିଲିମା

ଜାନୁଆରୀ 26ରୁ ଆରମ୍ଭ ହେବାକୁ ଥିବା ଭାରତୀୟ ମହିଳା ହକି ଦଳର ସ୍ପେନ୍ ଗସ୍ତ ପାଇଁ ଏକ 18 ଜଣିଆ ଦଳ ଘୋଷଣା କରିଛି ହକି ଇଣ୍ଡିଆ। ଷ୍ଟ୍ରାଇକର ରାନୀ ରାମପାଲଙ୍କୁ ଦଳର ନେତୃତ୍ୱ ଦିଆଯାଇଥିବା ବେଳେ ଗୋଲକିପର ସବିତାଙ୍କୁ ଉପଅଧିନାୟିକା  ଦାୟିତ୍ୱ ଦିଆଯାଇଛି। ଏହି ଦଳରେ ଦୁଇ ଓଡ଼ିଆ ଖେଳାଳୀ ଭାବେ ଦିପଗ୍ରେସ୍ ଏକ୍କା ଓ ଲିଲିମା ମିଞ୍ଜଙ୍କୁ ସାମିଲ କରାଯାଇଛି।ଏହି ଗସ୍ତରେ ଭାରତ ସ୍ପେନ ବିପକ୍ଷରେ 4ଟି ମ୍ୟାଚ୍ ଖେଳିବ। ସେହିପରି ମହିଳା ବିଶ୍ୱକପ୍ ରନର୍ସଅପ ଆୟର୍ଲାଣ୍ଡ ବିପକ୍ଷରେ ଦୁଇଟି ମ୍ୟାଚ ଖେଳିବ। ବେଙ୍ଗାଲୁରୁରେ ଦୁଇ ସପ୍ତାହ ଧରି ଭାରତୀୟ ଦଳର ଜାତୀୟ ଅଭ୍ୟାସ ଶିବିର ଚାଲିଥିଲା।

, ସ୍ପେନ୍ ଗସ୍ତ ପାଇଁ ଭାରତୀୟ ମହିଳା ହକି ଦଳରେ  ଓଡ଼ିଶାର ଦୀପଗ୍ରେସ୍, ଲିଲିମା

ସବିତାଙ୍କୁ ବାଦ୍ ଦେଲେ ରଜନୀ ଏଟିମାର୍ପୁ ମଧ୍ୟ ଗୋଲକିପର ହିସାବରେ ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ଆହାତ କାରଣରୁ ବିଶ୍ୱକପ୍ ଓ ଜାକାର୍ତ୍ତାରେ ଅନୁଷ୍ଠିତ ଏସିଆନ୍ ଗେମ୍ସରୁ ବାଦ୍ ପଡିଥିବା ତାରକା ଡିଫେଣ୍ଡର ସୁଶୀଲା ଚାନୁ ପୁଖରାମବାମ ଦଳକୁ କମବ୍ୟାକ୍ କରିଛନ୍ତି। ୟୁଥ ଅଲମ୍ପିକ୍ସରେ ରୈାପ୍ୟ ପଦକ ହାସଲ କରିଥିବା 18 ବର୍ଷରୁ କମ୍ ଭାରତୀୟ ଦଳର ଅଧିନାୟିକା ସାଲିମା ଟେଟେ ମଧ୍ୟ ଏହି ଗସ୍ତରେ ସାମିଲ ହୋଇଛନ୍ତି। ତେବେ ସୁନୀତା ଲାକ୍ରା, ନମିତା ଟପ୍ପୋଙ୍କ ସମେତ କେତେକ ଅଭିଜ୍ଞ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି।

ଅଲମ୍ପିକ୍ସ କ୍ୱାଲିଫାୟର୍ସ ପୂର୍ବରୁ ଖେଳାଳିମାନେ କିପରି ବିଶ୍ୱସ୍ତରୀୟ ଅଭିଜ୍ଞତା ହାସଲ କରିବେ ସେ ନେଇ ପ୍ରସ୍ତୁତ କରାଯାଇଛି  ଓ ଦଳର ବେଞ୍ଚ୍ ଷ୍ଟ୍ରେନ୍ଥକୁ ଦୃଢ କରିବାକୁ ପ୍ରୟାସ କରାଯାଇଛି ବୋଲି ମୁଖ୍ୟ କୋଚ୍ ଜୋଏର୍ଡ ମାରିଜନେ କହିଛନ୍ତି। ଆସନ୍ତା 24 ତାରିଖରେ ଭାରତୀୟ ଦଳ ବେଙ୍ଗାଲୁରୁରୁ ସ୍ପେନ ଅଭିମୁଖେ ଯାତ୍ରା ଆରମ୍ଭ କରିବ।
ଭାରତୀୟ ଦଳ:
ଗୋଲକିପର:
ସବିତା(ଉପଅଧିନାୟିକା),ରଜନୀ ଏଟିମାର୍ପୁ
ଡିଫେଣ୍ଡର: ରୀନା ଖୋଖାର, ଦୀପଗ୍ରେସ୍ ଏକ୍କା, ନିକି ପ୍ରଧାନ, ସଲିମା ଟେଟେ, ଗୁରଜିତ କୈାର ,ସୁଶୀଲା ଚାନୁ ପୁଖରାମବାମ
ମିଡଫିଲ୍ଡର: ଲିଲିମା ମିଞ୍ଜ, କରିସ୍ମା ଯାଦବ, ସୋନିକା, ନେହା ଗୋୟଲ
ଫରଓ୍ୱାର୍ଡ:ରାନୀ(ଅଧିନାୟିକା), ବନ୍ଦନା କାଟାରିୟା, ନବନୀତ କୌର, ଲାଲରେମସିଆମି, ଉଦିତା, ନଭଜୋତ କୌର

Post Your View

Leave a Reply

Your email address will not be published. Required fields are marked *

Back to top button