ସୁଶାନ୍ତଙ୍କ ଅଚାନକ ମୃତ୍ୟୁକୁ ସହି ନପାରି ଟଳି ପଡିଲେ ଭାଉଜ

ଶୁସାନ୍ତଙ୍କ ମୃତ୍ୟୁର ଆଘାତ ସମସ୍ତଙ୍କୁ ସ୍ୱବ୍ଧ କରି ଦେଇଛି। ସୁଶାନ୍ତଙ୍କ ବିୟୋଗ ପରେ ସାରା ଦେଶରେ ଶୋକର ମାହୋଲ୍। ପୋଷ୍ଟମର୍ଟନ ରିପୋର୍ଟ ଆସିବା ପରେ ମୁମ୍ବାଇରେ ସୁଶାନ୍ତଙ୍କ ଶେଷକୃତ୍ୟ କରାଯାଇଥିଲା। ସେହି ଖବର ପାଇବା ପରେ ସହି ନପାରି ଚିରନିଦ୍ରାରେ ଶୋଇଯାଇଛନ୍ତି ସୁଶାନ୍ତଙ୍କ ସଂପର୍କିୟ ଭାଉଜ ସୁଧା।ବିହାରସ୍ଥିତ ପୁର୍ଣ୍ଣିଆରେ ଥିବା ନିଜ ବାସଭବନରେ ସୁଧା ଦେବୀଙ୍କର ପରଲୋକ ଘଟିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ‌ଯେ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ପାଇବା ପରେ ସୁଧା ଦେବୀ ଖାଇବା ପିଇବା ଛାଡ଼ି ଦେଇଥିଲେ। ମୁମ୍ବାଇରେ ସୁଶାନ୍ତଙ୍କ ଶେଷକୃତ୍ୟ ଚାଲିଥିବା ବେଳେ ଆଖି ବୁଜିଥିଲେ ସୁଧା ଦେବୀ।

ଦୀର୍ଘ ଦିନ ଧରି ବିଶାଦଗ୍ରସ୍ତ ରହୁଥିବା ସୁଶାନ୍ତ ରବିବାର ମୁମ୍ବାଇରେ ସେ ରହୁଥିବା ଆପାର୍ଟମେଣ୍ଟ୍‌ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ୩୪ ବର୍ଷିଅ ସୁଶାନ୍ତଙ୍କ ମୃତଦେହକୁ ଉଦ୍ଧାର କରିବା ସହ ପୁଲିସ୍‌ ତାଙ୍କ ଘର ଭିତରୁ ଆଣ୍ଟି ଡିପ୍ରେସନ୍‌ ଔଷଧ ଓ ପ୍ରେସ୍‌କିପ୍‌ସନ ବି ପାଇଥିବା ଜାଣିବାକୁ ମିଳିଛି।ରବିବାର ତାଙ୍କର ମୃତ୍ୟୁ ଘଟିଥିବା ବେଳେ ସୋମବାର ଅପରାହ୍ନରେ ମୁମ୍ବାଇର ପବନ ହନ୍‌ସ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ତାଙ୍କ ଅନ୍ତିମ ସଂସ୍କାର ବେଳେ ପରିବାର ସଦସ୍ୟଙ୍କ ବ୍ୟତୀତ ଫିଲ୍ମ ଓ ଟିଭି ଦୁନିଆର ସୁଶାନ୍ତଙ୍କର କିଛି ଘନିଷ୍ଠ ସହକଳାକାର ମଧ୍ୟ ଉପସ୍ଥିତ ରହିଥିଲେ।

Post Your View

Leave a Reply

Your email address will not be published. Required fields are marked *

Back to top button