ମାମୁ ଭାଣିଜୀକୁ କଲା ଯୌନଶୋଷଣ

କଣ ନିଜ ଘରେ ବି ସୁରକ୍ଷିତ ନାହିଁ ନାରୀ ?

ଝିଅଟିଏ ନିଜକୁ କେଉଁଠି ସୁରକ୍ଷିତ ମନେକରିବ ? କଣ ଏ ଶିକ୍ଷିତ ସମାଜରେ ତାକୁ ସବୁବେଳେ ସମସ୍ତଙ୍କ ଠୁ ଶୋଷଣ ହେବାକୁ ପଡିବ ? କାହାକୁ କରିବ ସେ ବିଶ୍ୱାସ । ଆଜିକାଲିର ଯୈାନଶୋଷଣ ଘଟଣା ମହାମାରୀ ରୋଗ ପରି ବ୍ୟାପୁଛି । ରେପ୍ ହେବା, ନାରୀଙ୍କୁ ନିର୍ଯାତନା ଦେବା ଏସବୁ କଥା ର ଚର୍ଚ୍ଚା ହେଉଛି ସତ କିନ୍ତୁ କାହିଁ କିଛି ତ ପରିବର୍ତନ ହେଉନି,କେହି ତ ସୁଧୁରୁ ନାହାନ୍ତି । ହିମାଚଳ ର ବଙ୍ଗାଣା ରେ ଏକ ଘଟଣା ବିଷୟରେ ଜାଣିଲେ ଆପଣଙ୍କ ନିଜ ଲୋକଙ୍କ ଉପରୁ ବି ବିଶ୍ୱାସ ଉଠିଯିବ । କାହିଁକି ମଣିଷ ରାକ୍ଷାସ ପାଲଟିଯାଏ । ସେଠାକାର ସ୍କୁଲରେ ଜଣେ ଛାତ୍ରୀଙ୍କ ପେଟ ଜୋର୍ ରେ ଯନ୍ତ୍ରଣା ହେବାରୁ ସ୍କୁଲରେ ବେହୋସ୍ ହୋଇପଡିଲେ , ସ୍କୁଲର କର୍ମଚାରୀ ମାନେ ଛାତ୍ରୀକୁ ସଂଙ୍ଗେ ସଂଙ୍ଗେ ହସ୍ପିଟାଲ୍ ନେଇଗଲେ । ହେଲେ ସେଠାରେ ଖୋଲିଲା ଆଉ କିଛି ଗୁମର । ଡାକ୍ତର କହିଲେ ଛାତ୍ରୀଜଣକ ଗର୍ଭବତୀ ଅଛନ୍ତି । ଏହାଶୁଣି ମୁଣ୍ଡରେ ହାତ ଦେଲେ ପରିବାର ଲୋକେ । ମା ଗାଳି କଲା ଝିଅକୁ ,ବାରମ୍ବାର ପଚାରିଲା କିଏ ସେ ଯିଏ ତୋର ଏତେ ସରି କଲା । କିନ୍ତୁ ଝିଅ ଚୁପ୍ ରହିଥାଏ । ତା ମନରେ ହଜାରେ ପ୍ରଶ୍ନ ଉଙ୍କି ମାରୁଥାଏ , କଣ କହିବ ସେ ତାକୁ ଯେଉଁ ଧମକ ଦିଆଯାଇଛି ସେହି ଡରରେ ସେ ପାଟି ଖୋଲିପାରୁନଥାଏ ।

, ମାମୁ ଭାଣିଜୀକୁ କଲା ଯୌନଶୋଷଣ

କିନ୍ତୁ ବହୁତ ସମୟ ପରେ ଯେତେବେଳେ ସେ ସତର ପର୍ଦାଫାର୍ସ କଲା ସେତେବେଳେ ମାର ଆଖି ଲୁହରେ ଭର୍ତି ହୋଇଗଲା ଓ ନିନ୍ଦାରେ ତଳକୁ ହୋଇଯାଇଥିଲା ମୁହଁ । ମାମୁଁ ଶଦ୍ଧ ରେ ଦୁଇଟି ଅକ୍ଷରରେ ଥାଏ ତାହା ହେଉଛି ମା । ସେହି ଝିଅଟିର ନିଜ ମାମୁଁ କରିଥିଲା ଏଭଳି ଦୁଷକର୍ମ । ପିଲାମାନେ ଖୁସି ହୁଅନ୍ତି ଛୁଟିରେ ମାମୁଁ ଘରକୁ ଯିବା ପାଈଁ । ମାମୁଁ ଘରେ ବୁଲି ମଜା କରିବାକୁ । କିନ୍ତୁ ସେହି ଝିଅଟି ମାମୁଁଘରକୁ ବୁଲିବାକୁ ଯାଇନଥିଲା ବରଂ ତା ମାଇଁ ଙ୍କ ଦେହ ଖରାପ ଥିଲା ବୋଲି ଘରକାମରେ ଟିକିଏ ସାହାର୍ଯ୍ୟ କରିଦେବ ବୋଲି ତା ମାଆ ପଠାଇଥିଲା । କିନ୍ତୁ ବଇରି ସାଜିଲା ମାମୁଁ , ବାରମ୍ବାର ତା ସହ କରିଥିଲା ଦୁସ୍କର୍ମ ଏବଂ ଏକଥା ବାହାରେ ଜାଣିଲେ ଭଲ ହେବନି ବୋଲି ଧମକ ମଧ୍ୟ ଦେଇଥିଲା । ବାରମ୍ବାର ଯ୍ୟୈାନଶୋଷଣ ର ଶିକାର ହୋଇଥିଲା ଝିଅଟି । ଏସବୁ ବୟାନ ମିଳିବା ପରେ ପୋଲିସ୍ ଦୋଷୀକୁ ଉଚିତ୍ ଦଣ୍ଡ ଦେବ ବୋଲି କହିଛି । କିନ୍ତୁ ପ୍ରଶ୍ନ ଏହା ଯେ ଯେତେବେଳେ ନିଜ ସଂପର୍କୀୟ ଏହିଭଳି କାମ କରିବେ ତେବେ ଏହି ସମାଜରେ କାହାକୁ ବିଶ୍ୱାସ କରିବ । କିଏ ନିଜର ଏବଂ କିଏ ପର । ଜଣେ ଝିଅ କାହା ପାଖରେ ନିଜକୁ ସଂପୂର୍ଣ ସୁରକ୍ଷିତ ବୋଲି ମନେକରିବ । ବୋଧେ ଏହି ସମାଜର ଲୋକମାନଙ୍କ ଭିତରେ ମାନବିକତା ମରିସାରିଲାଣି । ନହଲେ କଣ ଏଭଳି ହୁଅନ୍ତା ।

Post Your View

Leave a Reply

Your email address will not be published. Required fields are marked *

Back to top button