ଅଦ୍ଭୁତ ଗାଁ ! ଏଠାରେ ସମସ୍ତେ ଅନ୍ଧ

ମଣିଷଠୁ ଆରମ୍ଭ କରି ପଶୁପକ୍ଷୀ ସମସ୍ତେ ଅନ୍ଧ

ଏ ଦୁନିଆ ବଡ ବିଚିତ୍ର । ବର୍ତମାନ ସୁଦ୍ଧା ଆପଣ ଅନେକ ଅଜବ ଗାଁ ବିଷୟରେ ସୁଣିଥିବେ, କେଉଁଠି କେବଳ ଯାଆଁଳା ଶିଶୁ ଜନ୍ମ ହୁଅନ୍ତି ତ କେଉଁ ସ୍ଥାନକୁ ପକ୍ଷୀମାନେ ଆତ୍ମହତ୍ୟା କରିବାକୁ ଆସିଥାନ୍ତି । ଏଭଳି ଅନେକ ଅଜବ ସ୍ଥାନ ଅଛି । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏପରି ଏକ ଗାଁ ଅଛି , ଯେଉଁଠି ସମସ୍ତେ ଅନ୍ଧ । ଏହା ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହା ସତ ଅଟେ । ଏହା ହେଉଛି ସେହି ଗାଁ ଯେଉଁଠି ଲୋକ ହେଉ କିମ୍ବା ପଶୁ, ସମସ୍ତେ ଅନ୍ଧ । ଏହି ଗାଁ ମେକ୍ସିକୋର ପ୍ରଶାନ୍ତ ମହାସାଗରରେ ଅବସ୍ଥିତ । ଯାହାର ନାମ ‘ଟାଇଲେପେକ୍‌’ । ସେଠାରେ ଜେପୋଟେକ୍ ଜାତିର ଲୋକ ବସବାସ କରନ୍ତି ।

, ଅଦ୍ଭୁତ ଗାଁ ! ଏଠାରେ ସମସ୍ତେ ଅନ୍ଧ

କୁହାଯାଏ ଯେ, ସେଠାରେ ଜନ୍ମ ସମୟରେ ସମସ୍ତେ ଭଲ ଥାନ୍ତି, ହେଲେ କିଛି ଦିନପରେ ଅନ୍ଧ ହୋଇଯାନ୍ତି । ସେହି ଗାଁରେ ପ୍ରାୟ ୩୦୦ଜଣ ଲୋକ ବାସ କରନ୍ତି । ସେହି ଗାଁ ଘଂଚ ଜଙ୍ଗଲ ମଧ୍ୟରେ ଅଛି । ଆଉ ସେଠାକାର ଲୋକମାନେ ପଥର ଉପରେ ଶୋଇଥାନ୍ତି । ଏବଂ ସେମାନେ କେବଳ ଲଙ୍କା, ବାଜରା ଓ ବିନ୍ସ କୁ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି । ଏହାସହ ସେମାନେ ରାତ୍ରୀ ଭୋଜନ ପରେ ଗୀତ ଗାଇ ନାଚିଥାନ୍ତି ।

, ଅଦ୍ଭୁତ ଗାଁ ! ଏଠାରେ ସମସ୍ତେ ଅନ୍ଧ

ସବୁଠୁ ବଡ ଆଶ୍ଚର୍ଯ୍ୟକର କଥା ଯେ, ସେମାେନେ ଏକ ରୋଗ ପାଇଁ ଅନ୍ଧ ହୋଇଥାନ୍ତି । ଆଉ ସେ ରୋଗର କାରଣ ହେଉଛି ଗଛ । ବାସ୍ତବରେ ସେଠାରେ ‘ଲଭଜୁଏଜା’ ନାମକ ଏକ ଗଛ ଅଛି ଏବଂ ଯିଏ ଏହି ଗଛକୁ ଦେଖେ ସେ ଅନ୍ଧ ହୋଇଯାଏ । କିନ୍ତୁ ବୈଜ୍ଞାନିକମାନେ ଏହାକୁ ଅସ୍ୱିକାର କାରି କହିଛନ୍ତି, ସେଠାକୁ ଅନେକ ପର୍ଯ୍ୟଟକ ଆସନ୍ତି ଆଉ ସେ ଗଛକୁ ଦେଖନ୍ତି ମଧ୍ୟ, ହେଲେ ସେମାନେ ଅନ୍ଧ ହୋଇନଥାନ୍ତି ।

, ଅଦ୍ଭୁତ ଗାଁ ! ଏଠାରେ ସମସ୍ତେ ଅନ୍ଧ

ଏହି ରୋଗ ବିଷୟରେ ସରକାର ଜାଣିବା ପରେ, ସେମାନଙ୍କୁ ଚିକିତ୍ସା କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଚିକିତ୍ସା ଦ୍ୱାରା ମଧ୍ୟ ଏହା ଭଲ ହୋଇନଥିଲା । ସରକାର ବିଫଳ ହୋଇଥିଲେ । ତେବେ ବ୍ୟଜ୍ଞାନିକମାନେ ପରୀକ୍ଷା କରି ଜାଣିବାକୁ ପାଇଲେ ଯେ, କଳା ମାଛି କାମୁଡିବା ଦ୍ୱାରା ଏହି ସମସ୍ୟା ହେଉଛି । ମାଛି ସେହି ଗାଁର ଲୋକମାନଙ୍କୁ କାମୁଡିଥାଏ, ଯାହାପରେ ଲୋକଙ୍କ ଶରୀରରେ ଜୀବାଣୁ ବିସ୍ତାର ହୋଇ ଆଖିର ଶୀରାକୁ ଅବରୋଧ କରନ୍ତି । ଏହାଦ୍ୱାରା ସେମାନେ ଅନ୍ଧ ହୋଇଯାନ୍ତି ।

Post Your View

Leave a Reply

Your email address will not be published. Required fields are marked *

Back to top button