ଆମେରିକାର ରାଷ୍ଟ୍ରପତି ନିର୍ବାଚନ କେମିତି ହୁଏ ?

ସପ୍ତାହର ନିର୍ଦ୍ଧାରିତ ବାରରେ ହୋଇଥାଏ ରାଷ୍ଟ୍ରପତି ନିର୍ବାଚନ

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଅଙ୍କ କଶା ଆରମ୍ଭ ହେଲାଣି । ନିର୍ବାଚନ ପାଇଁ ଚଳଚଞ୍ଚଳ ହେଲାଣି ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଆଉ ଦିନ କେଇଟା ପରେ ରାଷ୍ଟ୍ରପତି ନିର୍ବାଚନ ହେବ । ଆମେମାନେ ସାଧାରଣତଃ ନିର୍ବାଚନରେ ଭୋଟ କଥା ଚିନ୍ତାକରନ୍ତି । ସାଧାରଣଜନତା ଭୋଟ ଦେଇ ନେତା ଚୟନ କରନ୍ତି । ହେଲେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ କେମିତି ହୁଏ କେବେ ଥରେ ଭାବିଚନ୍ତି । ତେବେ ଆସନ୍ତୁ ଜାଣିବା କେମିତି ହୁଏ ବିତଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ନିର୍ବାଚନ ।
ବିଶ୍ୱର ଦ୍ୱିତୀୟ ସର୍ବବୃହତ ଗଣତାନ୍ତ୍ରୀକ ରାଷ୍ଟ୍ର ହେଉଛି ଆମେରିକା । ଏହି ରାଷ୍ଚ୍ରର ମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତି । ଆମେରିକାରେ ଗଣତାନ୍ତ୍ରୀକ ପଦ୍ଧତିରେ ହିଁ ଏଠାକାର ଶାସନ କର୍ତ୍ତାକୁ ନିର୍ବାଚିତ କରାଯାଇଥାଏ । ଆଉ ଏଥିପାଇଁ ନିର୍ବାଚନର ଆବଶ୍ୟକ ହୋଇଥାଏ । ଏଠାରେ ପ୍ରତି ୪ ବର୍ଷରେ ଥରେ ରାଷ୍ଟ୍ରପତି ନିର୍ବାଚନ ହୋଇଥାଏ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ଏଇଆ ଯେ ଏଠି ଏକ ନିର୍ଦ୍ଧିଷ୍ଟ ବାରରେ ନିର୍ବାଚନ ସମ୍ପାଦିତ ହୋଇଥାଏ । ସପ୍ତାହର ମଙ୍ଗଳବାର ଦିନ ହିଁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହୋଇଥାଏ । ପ୍ରତି ୪ ବର୍ଷରେ ଥରେ ନଭେମ୍ବର ୨ ତାରିଖରୁ ୮ ତାରିଖ ମଧ୍ୟରେ ପଡୁଥିବା ମଙ୍ଗଳବାରରେ ନିର୍ବାଚନ ହୋଇଥାଏ । ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ସିଧାସଳଖ ଭୋଟ ହୋଇନଥାଏ କି ନିର୍ବାଚନରେ ଜନସାଧାରଣ ସିଧାସଳଖ ଭୋଟ ଦେଇନଥାନ୍ତି ।

, ଆମେରିକାର ରାଷ୍ଟ୍ରପତି ନିର୍ବାଚନ କେମିତି ହୁଏ ?

ଆମେରିକାରେ ରହିଛି ୫୦ଟି ରାଜ୍ୟ । ପ୍ରତି ରାଜ୍ୟରେ ଜନସଂଖ୍ୟାକୁ ଆଧାର କରି ରହିଥାଏ ଇଲୋକ୍ଟରାଲ କଲେଜ । ପ୍ରତି ଇଲୋକ୍ଟରାଲ କଲେଜ ପାଇଁ ନିର୍ବାଚନ ହୁଏ । ଆଉ ଇଲୋକ୍ଟରାଲର କଲେଜ ନିର୍ବାଚନରେ ଛିଡା ହେବା ପାର୍ଥୀଙ୍କୁ ଜନସାଧାରଣ ଭୋଟ ଦେଇଥାନ୍ତି । ସେହି ରାଜ୍ୟର ସିନେଟ୍ ଓ ହାଉସର ସଂଖ୍ୟା ଯେତିକି ସେଇ ଅନୁସାରେ ଇଲୋକ୍ଟର ନିର୍ବାଚିତ ହୁଅନ୍ତି । ୫୦ଟି ରାଜ୍ୟ ସହିତ ଡିଷ୍ଟ୍ରିକ୍ ଅଫ କଲମ୍ବିଆରେ ମଧ୍ୟ ଇଲୋକ୍ଟର ନିର୍ବାଚିତ ହୋଇଥାନ୍ତି । ଆମେରିକା କଂଗ୍ରେସର ସଦସ୍ୟ ସଂଖ୍ୟା ମୋଟ୍ ୫୩୮ । ସେମାନଙ୍କ ମଧ୍ୟରୁ ସିନେଟଙ୍କ ସଂଖ୍ୟା ୫୩୫ ଜଣ ଏବଂ ଅନ୍ୟ ତିନି ଜଣ ସଦସ୍ୟ ଡିଷ୍ଟ୍ରିକ୍ ଅଫ୍ କଲମ୍ବିଆରୁ ନିର୍ବାଚିତ ହୋଇଥାନ୍ତି । ୫୩୮ ଜଣ ସଦସ୍ୟ ହିଁ ଅଂଶଗ୍ରହଣ କରିଥାନ୍ତି ରାଷ୍ଟ୍ରପତି ନିର୍ବାଚନରେ । ଆଉ ଯାହାଙ୍କୁ ବହୁ ମତ ମିଳେ ସେ ହିଁ ହୋଇଥାନ୍ତି ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି । ଇଲେକ୍ଟୋରାଲ୍ କଲେଜ ଅନୁଯାୟୀ ମୋଟ୍ ୫୩୮ ଟି ଇଲେକ୍ଟର୍ସଙ୍କ ମଧ୍ୟରୁ ବିଜୟ ପାଇଁ ୨୭୦ ଜଣଙ୍କ ସମର୍ଥନର ଆବଶ୍ୟକତା ରହିଥାଏ ।

, ଆମେରିକାର ରାଷ୍ଟ୍ରପତି ନିର୍ବାଚନ କେମିତି ହୁଏ ?ଯଦି କୌଣସି ପରିସ୍ଥିତିରେ ଭୋଟ୍ ଟାଏ ହୁଏ ଅର୍ଥାତ ଉଭୟ ପ୍ରାର୍ଥୀଙ୍କ ଭୋଟ ସଂଖ୍ୟା ସମାନ ହୁଏ ତେବେ କିଏ ରାଷ୍ଟ୍ରପତି ହେବ ତାହା ପ୍ରତିନିଧି ସଭା ହିଁ ସ୍ଥିର କରିଥାଏ । ଆମେରିକାର ସମ୍ବିଧାନ ୧୨ ଶ ଅନୁସାରେ ପ୍ରତିନିଧି ସଭାରେ ୫୦ଟି ରାଜ୍ୟର ପ୍ରତିନିଧିଙ୍କ ଗୋଟିଏ ଲେଖାଏଁ ଭୋଟକୁ ବିଚାରକୁ ନିଆଯାଇଥାଏ । ଆଉ ୫୦ ଟି ରାଜ୍ୟର ୫୦ ଜଣ ପ୍ରତିନିଧି ଏଥିପାଇଁ ଭୋଟ ଦେଇଥାନ୍ତି । ଯେଉଁ ପ୍ରାର୍ଥୀଙ୍କୁ ୨୬ଟି ଭୋଟ ମିଳିବ ଅର୍ଥାତ୍ ୨୬ଟି ରାଜ୍ୟର ପ୍ରତିନିଧି ସମର୍ଥନ ଦେବେ ସେ ହିଁ ରାଷ୍ଟ୍ରପତି ଆସନ ବସିଥାଏ । ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଏହି ଭଳି ନିୟମରେ ହୋଇଥାଏ । ଚଳିତ ବର୍ଷ ଆମେରିକା ରାଷ୍ଟ୍ରପତି ରେସରେ ଡୋନାଲ୍ଟ ଟ୍ରମ୍ପ ଓ ଜୋଇ ବିଡେନ୍ ରହିଛନ୍ତି ।

Post Your View

Leave a Reply

Your email address will not be published. Required fields are marked *

Back to top button