ଗଡ଼ିଲା ସରକାରୀ ବସ୍‌

ରାଜ୍ୟରେ ସ୍ୱଭାବିକ ହେଲା ଗାଡ଼ି ଚଳାଚଳ

ରାଜ୍ୟରେ ସ୍ୱଭାବିକ ହେଲା ବସ୍ ଚଳାଚଳ । ସରକାରଙ୍କ ଅନଲକ୍ ୪.୦ ଗାଇଡଲାଇନ୍ ଅନୁସାରେ ରାଜ୍ୟରୁ ଲକଡାଉନ୍ ଓ ସଟଡାଉନ୍ କଟକଣା ହଟିଛି । ଏହା ସହିତ ଯାତ୍ରୀବାହୀ ଗାଡି ଚଳାଚଳ ମଧ୍ୟ ସ୍ୱଭାବିକ ହୋଇଛି । ଉଭୟ ସରକାରୀ ଓ ଘରୋଇ ବସ ଚଳାଚଳ ସ୍ୱଭାବିକ୍ ହୋଇଛି । ଦୀର୍ଘ ଦିନର ବ୍ୟବଧାନ ପରେ ଆଜିଠାରୁ ରାସ୍ତାରେ ରାଜ୍ୟ ସଡକ ପରିବହନର ବସ୍ ଗଡିଛି । , ଗଡ଼ିଲା ସରକାରୀ ବସ୍‌ ପ୍ରଥମ ଦିନରେ ୧୪ଟି ଡିପୋରୁ ୨୯ଟି ରୁଟ୍‌ରେ ୬୦ରୁ ଅଧିକ ବସ୍ ଚାଲିଛି । ଏନେଇ ଓସଆରଟିସିର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି । ସେପଟେ ମାସ୍କ ପିନ୍ଧିବା ବାଧୟତାମୂଳକ ରହିଛି ଏବଂ ଏହା ସହିତ ଠିଆ ହୋଇ ଯାତ୍ରା କରିବା ଉପରେ ରୋକ୍ ଲାଗିଛି । ବିଶେଷ କରି ଡିଜିଟାଲ ପେମେଂଟ କରିବାକୁ ଗ୍ରାହକଙ୍କୁ କୁହାଯାଇଛି ।

Post Your View

Leave a Reply

Your email address will not be published. Required fields are marked *

Back to top button