କରୋନାର ପ୍ରଥମ ଭ୍ୟାକସିନକୁ ମିଳିଲା ଅନୁମତି

ସାରା ବିଶ୍ୱରେ କରୋନା ମହାମାରୀ ତାଣ୍ଡବ କରି ଚାଲିଛି । ସେଥିପାଇଁ କରୋନା ଭ୍ୟାକସିନକୁ ସାରାଦୁନିଆ ଅପେକ୍ଷା କରିଥିବା ବେଳେ ଆଜି ଏକ ଆଶ୍ୱସ୍ଥିକର ଖବର ସାମ୍ନାକୁ ଆସିଛି । ତେବେ ବିଶ୍ୱରେପ୍ରଥମ ରାଷ୍ଟ୍ର ଭାବେ ବ୍ରିଟେନ୍ରେ ଆସନ୍ତା ସପ୍ତାହରୁ କୋଭିଡ୍ ଟିକାକରଣ ଆରମ୍ଭ ହେବ।ଫାଇଜର୍-ବାୟୋଏନ୍ଟେକ୍ ଭ୍ୟାକସିନ୍ ଟିକାର ବ୍ୟବହାରକୁ ବ୍ରିଟେନ୍ ସରକାର ଅନୁମତି ପ୍ରଦାନକରିବା ସହିତ ଗଣଟିକାକରଣ ପ୍ରକ୍ରିୟା ଆରମ୍ଭ ପାଇଁ ମଧ୍ୟ ଅନୁମତି ଦିଆଯାଇଛି ।ଅନ୍ୟପକ୍ଷରେ ରୁଷ ମଧ୍ୟ ଆସନ୍ତା ସପ୍ତାହରୁ ସ୍ପୁଟନିକ-ଭି ଟିକାର ଗଣ ବ୍ୟବହାରକୁ ସ୍ୱିକୃତୀ ପ୍ରଦାନ କରିଛି । ଉଭୟବ୍ରିଟେନ୍ ଓ ରୁଷ ସରକାର ଟିକାର ସଂରକ୍ଷଣ ଓ ପରିବହନ ଦିଗରେ ପଦକ୍ଷପ ଗ୍ରହଣ କରିଛନ୍ତି ।ବ୍ରିଟେନ୍ ସ୍ୱାସ୍ଥ୍ୟ ସଚିବ ମ୍ୟାଟ୍ ହାନ୍କକ୍ କହିଛନ୍ତି, ଆସନ୍ତା ସପ୍ତାହରୁ ଟିକାର ଗଣ ବ୍ୟବହାର ଆରମ୍ଭହେବ ।
ଯେଉଁମାନଙ୍କର ସ୍ୱ୍ୟସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଖରାପ ତାଙ୍କ ଠାରୁ ହିଁ ଆରମ୍ଭ ହେବ ଏହି ଟିକ।।ଆପଣଙ୍କୁ ୨୧ ଦିନ ବ୍ୟବଧାନରେ ଦୁଇଟି ଟିକା ଦିଆଯିବ ।ଏହି ଦୁିଟି ଟିକାରେ ଆମେ ଲେକଙ୍କଜୀବନ ବଚାଂଇବାରେ ସଫଳ ହୋଇପାରିବୁା । ଅନ୍ୟପକ୍ଷେ ଫାଇଜର୍ କହିଛନ୍ତି, ବ୍ରିଟେନ୍ରଏମର୍ଜେନ୍ସ ଟିକା ବ୍ୟବହାର କରୋନା ମହାମାରୀ ଲଢେଇ ବିରୋଧରେ ଐତିହାସିକ ପଦକ୍ଷପ ଉଲ୍ଲେଖଯୋଗ୍ୟ, ମଡର୍ଣ୍ଣା ସହ ଫାଇଜର-ବାୟୋଏନେ୍ଟେକ୍ ସେମାନଙ୍କ କୋଭିଡ୍ ଟିକାର ଏମର୍ଜନ୍ସି ବ୍ୟବହାରକୁ ସ୍ୱକୃତୀ ଦେବାପାଇଁ ଆବେଦନ କରିଥିଲେ।।
ସେମାନଙ୍କ ଏହି ଆବେଦନକୁ ସରକାରସ୍ୱିକୃତୀ ପ୍ରଦାନ କରିଛନ୍ତି । ଫାଇଜର୍ ଓ ବାୟୋଏନ୍ଟେକ୍ ପକ୍ଷରୁ କୁହାଯାଇଛି ଯେ, ସେମାନଙ୍କଟିକା ଆସନ୍ତା ମାସରେ ୟୁରୋପୀୟ ରାଷ୍ଟ୍ରରେ ଆରମ୍ଭ ହେବ । ଫାଇଜର ଭ୍ୟାକସିନକୁ ତବ୍ରିଟେନ୍ରେ ଅନୁମତି ମିଳିଗଲା କିନ୍ତୁ ଦୁନିଆରେ ଅନେକ ଜାଗାର ଭ୍ୟାକସିନ ପ୍ରସ୍ତୁତ ଚାଲିଛି । ଏହିସମୟରେ ୧୦୦ରୁ ଅଧିକ ଭ୍ୟାକ୍ସିନ ଉପରେ କାମ କରାଯାଉଛି ।
Post Your View