ରିମେକରେ ବରୁଣ-ସାରା!

୧୯୯୫ରେ ମୁକ୍ତିଲାଭ କରିଥିଲା ମୁଭି କୁଲି ନମ୍ବର ୱାନ୍। ଏହାର ନିର୍ଦ୍ଦେଶନା ଦେଇଥିଲେ ଡେଭିଡ୍ ଧୱନ୍। ମୁଖ୍ୟ ଭୂମିକାରେ ସ୍ୱର୍ଗୀୟ କାଦର ଖାନ୍, ଗୋବିନ୍ଦା, କରିସ୍ମା କପୁର ଅଭିନୟ କରିଥିଲେ। ମାତ୍ର ୩ କୋଟି ବଜେଟରେ ନିର୍ମିତ ହୋଇଥିବା ଏହି ମୁଭି ସେତେବେଳେ ୨୫ କୋଟିରୁ ଅଧିକ ଇନକମ କରିଥିଲା। ସେହି ସମୟରେ ଗୋବିନ୍ଦା ଓ କରିସ୍ମାଙ୍କ ଯୋଡି ସୁପର ହିଟ୍ ଥିଲା। ୯୦ ଦଶକର ଏଇ ସୁପରହିଟ ଚଳଚ୍ଚିତ୍ରର ରିମେକ୍ ଖୁବ ଶିଘ୍ର ଆରମ୍ଭ ହେବାକୁ ଯାଉଛି। ମିଳିଥିବା ଖବର ଅନୁଯାୟୀ ଏପ୍ରିଲ୍ ୨୪  ବରୁଣଙ୍କ ଜନ୍ମ ଦିନରେ ଡେଭିଡ୍ ଧୱନ ଘୋଷଣା କରିବେ। , ରିମେକରେ ବରୁଣ-ସାରା!ଘୋଷଣା ସମୟରେ ଗୋବିନ୍ଦା ଓ କରିସ୍ମା ଉପସ୍ଥିତ ରହି ପାରନ୍ତି ବୋଲି ଶୁଣିବାକୁ ମିଳିଛି। ୨୪ ବର୍ଷ ପରେ ନିର୍ମିତ ହେଉଥିବା ଏହି ଫିଲ୍ମ ମୁଖ୍ୟ ଭୂମିକାରେ ଅଭିନୟ କରିବେ ସାରା ଓ ବରୁଣ। ନିକଟରେ ରିଲିଜ ହୋଇଛି ବରୁଣଙ୍କ ଫିଲ୍ମ କଲଙ୍କ ଏହି ମୁଭିର ପ୍ରମୋସନ୍ ସମୟରେ ବରୁନ କହିଛନ୍ତି ବାପାଙ୍କ ଚଳଚ୍ଚିତ୍ରରେ କାମ କରିବାର ସୁଯୋଗ ପାଇ ସେ ବେଶ୍ ଖୁସି। ତେବେ ଗୋବିନ୍ଦାଙ୍କ ନକଲ କରିବା ଏତେ ସହଜ ନୁହେଁ କିନ୍ତୁ ବରୁଣ କରି ଦେକାଇବେ ବୋଲି ସମସ୍ତଙ୍କ ଆଶା। ବରୁଣ ଏ ନେଇ କହିଛନ୍ତି ସେ ନିଶ୍ଚୟ ଚେଷ୍ଟା କରିବେ।

 

Post Your View

Leave a Reply

Your email address will not be published. Required fields are marked *

Back to top button