ଭାଇରାଲ ହେଉଛି ଖାକିର ଦାଦାଗିରି

ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ

କରୋନା ଯୋଗୁ ଚାରିଆଡେ ହାହାକାର ପରିସ୍ଥିତି । ଭିନ୍ନ ଭିନ୍ନ କଟକଣା ସାଙ୍ଗକୁ ଦୂରତା ରଖିବାକୁ କଡା ନିୟମ । ହେଲେ ଏହି ନିୟମ ଭିତରେ ପୁଲିସର ଦବଙ୍ଗଗିରି କୁ ନିନ୍ଦା । ତାଲାବନ୍ଦରେ ଜଣେ ନିରୀହ ଜନତାକୁ ସାମାନ୍ୟ ଭୁଲ୍ ପାଇଁ ମାଡ ମାରିବା ଘଟଣା ଏବେ ଭାଇରାଲ ହେବାରେ ଲାଗିଛି ।ଏମିତିକି ଘଟଣା ନେଇ ଖୁବଶୀଘ୍ର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଘଟଣାର ସତ୍ୟସତ୍ୟ ଅନୁଧ୍ୟାନ କରାଯିବା ପରେ ଦୃଢ କାର୍ଯ୍ୟନୂଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି
ତେବେ ସୋସିଆଲ ମିଡିଆରେ ଘୁରିବୁଲୁଥିବା ଏହି ଚିତ୍ର ହେଉଛି ଝାରସୁଗୁଡା ସହରର । ଲକ୍ ଡାଉନ୍ ସମୟରେ କିଛି କାମରେ ଘରୁ ବାହାରିଥିବା ଯୁବକଙ୍କୁ ଦୁଇ ଜଣ ପୁଲିସ୍ କର୍ମଚାରୀ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହି ମାଡ ମାରିଥିଲେ । ପୁଲିସ ଜଣକ ଯୁବକଙ୍କୁ ଖୁବ୍ ଜୋରରେ ଚାପୁଡା ମାରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବର୍ତମାନର ସଙ୍କଟ ସମୟରେ ପୁଲିସ ଓ ଡକ୍ଟରଙ୍କୁ କରୋନା ଯୋଦ୍ଧା କହି ସମ୍ମା୍‌ନ ଦିଆଯାଉଛି । ହେଲେ କିଛି ପୁଲିସ କର୍ମୀଙ୍କର ଏହିଭଳି ବ୍ୟବହାର ପାଇଁ ସମ୍ପୁର୍ଣ୍ଣ ପୁଲିସ ବିଭାଗ ବଦନାମ୍ ହେଉଛି । ଯାହାକି ବେଶ୍ ନିନ୍ଦୀୟ ହୋଇପଡିଛି ।

Post Your View

Leave a Reply

Your email address will not be published. Required fields are marked *

Back to top button