ବର୍ଷୀୟାନ୍ ଅଭିନେତା ଦିଲ୍ଲୀପ କୁମାରଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର

ବଲିଉଡର ଭେଟେରାନ ଅଭିନେତା ଦିଲ୍ଲୀପ କୁମାରଙ୍କ ଅକ୍ସିଜେନ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା । ରବିବାର ସକାଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦିଲ୍ଲୀପ କୁମାରଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ହିନ୍ଦୁଜା ହସ୍ପିଟାଲର ବରିଷ୍ଠ ଡାକ୍ତର ନିତିନ ଗୋଖଲେ ଏବଂ ଜଲୀତ ପାରକରଙ୍କ ନେତୃତ୍ୱରେ ଚାଲିଛି ଚିକିତ୍ସା । ସୂଚନା ଅନୁଯାୟୀ, ଭେଟେରାନ ଅଭିନେତା ଦିଲୀପ କୁମାର ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି କରାଯାଥିଲା । ପତ୍ନୀ ତଥା ବରିଷ୍ଠ ଅଭିନେତ୍ରୀ ସାଇରା ବାନୁ ଦିଲୀପଙ୍କ ଆଡମିଟ୍ ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।, ବର୍ଷୀୟାନ୍ ଅଭିନେତା ଦିଲ୍ଲୀପ କୁମାରଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିରସାଇରା ବାନୁ କହିଛନ୍ତି ଯେ ଦିଲୀପ କୁମାରଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା ଏବଂ ଏହି କାରଣରୁ ତାଙ୍କୁ ଆଜି ସକାଳ ୮.୩୦ସମୟରେ ଖାର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହେବାରୁ ରବିବାର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବର୍ଷୀୟାନ୍ ଅଭିନେତା ଦିଲ୍ଲୀପ କୁମାରଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି ଓ ସେ ଶୀଘ୍ର ଡିସଚାର୍ଜ ହେବେ ବୋଲି ତାଙ୍କ ଟ୍ବିଟରରେ ଆକାଉଣ୍ଟ ଦ୍ବାରା ସୂଚନା ଦିଆଯାଇଛି ।ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରାଯାଇଥିବା ଏକ ସ୍ୱାସ୍ଥ୍ୟ ଅପଡେଟ୍ ହ୍ବାଟସଆପରେ ପ୍ରଚାରିତ ଗୁଜବର ଶିକାର ନହେବାକୁ ଅନୁରୋଧ କରାଯାଇଛି ଓ ସେ ୨-୩ ଦିନରେ ଘରକୁ ଫେରିଆସିବେ ବୋଲି କୁହାଯାଇଛି ।

Post Your View

Leave a Reply

Your email address will not be published. Required fields are marked *

Back to top button