ଦୃଢ ଇଚ୍ଛାଶକ୍ତି ସଫଳତାର ଚାବିକାଠି

ଦୃଷ୍ଟିହୀନ ଗୋକୁଲ ପ୍ରଥମ ଚେଷ୍ଟାରେ ପାଇଲେ ସିଭିଲସର୍ଭିସ

ଦୃଢ ଇଚ୍ଛାଶକ୍ତି ଆଗରେ ସବୁକିଛି ସମ୍ଭବ । ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ଭିନ୍ନକ୍ଷମ ଛାତ୍ର । ପିଲାଟି ଦିନୁ ସେ ପାଠ ପଢିବା ପ୍ରତି ଖୁବ୍ ଆଗ୍ରହୀ ଥିଲେ । ଅନ୍ୟ ମାନଙ୍କ ଭଳି ସ୍କୁଲ ଯାଇ ସାଙ୍ଗ ସାଥୀଙ୍କ ସହ ଖେଳି ବୁଲି ପାଠ ପଢିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ପାଇଁ ଦାଉ ସାଧିଥିଲା ଭାଗ୍ୟ । ପିଲାଟି ବେଳୁ ସେ ଦୃଷ୍ଟିଶକ୍ତି ହରାଇ ବସିଥିଲେ । କିନ୍ତୁ ତାଙ୍କର ସେହି ଅଦମ୍ୟ ବିଶ୍ୱାସ ତାଙ୍କୁ ଆଜି ସଫଳତାର ଶୀର୍ଷରେ ପହଂଚାଇଛି ।

, ଦୃଢ ଇଚ୍ଛାଶକ୍ତି ସଫଳତାର ଚାବିକାଠି

୨୩ବର୍ଷୀୟା ଗୋକୁଲ ନାମକ ଛାତ୍ର ପ୍ରଥମ ଉଦ୍ୟମରେ ସିଭିଲ ସର୍ଭିସ ର‌୍ୟାଙ୍କ ରେ ତାଲିକା ଭୁକ୍ତ ହୋଇଛନ୍ତି । ଗୋକୁଲ୍ ମାର୍ ଇଭାନିୟସ୍ କଲେଜ୍ ରେ ଇଂରାଜୀ ଓ ମାତୃଭାଷାରେ ସ୍ନାତୋକତ୍ତର କରିବା ସମୟରେ ସିଭିଲ୍ ସର୍ଭିସ ପାଇଁ ଚେଷ୍ଟା କରିଥିଲେ । ଆଉ ସେହି ପ୍ରଥମ ଚେଷ୍ଟାରେ ହିଁ ସେ ଉତୀର୍ଣ୍ଣ ହୋଇଛନ୍ତି । ଗୋକୁଲ ନିଜର ସିଭିଲ୍ ସର୍ଭିସ୍ ର ରେଜଲ୍ଟ ଶୁଣିସାରିବା ପରେ ତାଙ୍କ ଖୁସିର ଠିକଣା ହିଁ ନଥିଲା । କାରଣ ଆପଣମାନେ ଦେଖିଥିବେ ପିଲାମାନେ ଅନେକ ବର୍ଷ ବର୍ଷ ଧରି କୋଚିଙ୍ଗ ନେଇ ପାଠ ପଢୁଛନ୍ତି ,ବାରମ୍ବାର ସିଭିଲ୍ ସଭିର୍ସ ପରୀକ୍ଷା ଦେଇ ବି ଫେଲ୍ ମାରୁଛନ୍ତି । କିନ୍ତୁ ଗୋକୁଲ ନା କୈାଣସି କୋଚିଙ୍ଗ ନେଇଥିଲେ ନା ବାରମ୍ବାର ପରୀକ୍ଷା ଦେଇ ଚେଷ୍ଟା କରିଥିଲେ । କିନ୍ତୁ ତଥାପି ବି ସେ ସଫଳତା ହାସଲ କରିପାରିଛନ୍ତି । ନିଜ ବାପା ମାଙ୍କ ପାଇଁ ବୋଝ ନୁହଁ ବରଂ ଗର୍ବ ହେଇ ଦେଖାଇଛନ୍ତି । ପରିସ୍ଥିତିର ଦ୍ୱାହି ଦେଇ ଯେଉଁମାନେ କିଛି କରିବାକୁ ପଛାନ୍ତି ଆଉ ଭାଗ୍ୟକୁ ଦୋଷ ଦିଅନ୍ତି ସେମାନଙ୍କ ପାଇଁ ଗୋକୁଲ ଏକ ବିରାଟ ବଡ ଉଦାହରଣ ।

Post Your View

Leave a Reply

Your email address will not be published. Required fields are marked *

Back to top button