ସଚେତନ କରୁଛି ଶିଶୁ ସୁରକ୍ଷା ରଥ

ଯାଜପୁର ଜିଲ୍ଲାରେ ଶିଶୁ ସୁରକ୍ଷା ରଥର ଶୁଭାରମ୍ଭ

ପ୍ରତ୍ୟେକ ଶିଶୁ ପାଇଁ ପରିବାରଟିଏ ଓ ପ୍ରତି ପରିବାର ପାଇଁ ଶିଶୁଟିଏ ଖୁସି ଆଣିଥାଏ । ଶିଶୁଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ଏନେଇ ବିଭିନ୍ନ ଜିଲ୍ଲାରେ ଗଡିଛି ଶିଶୁ ସୁରକ୍ଷା ସଚେତନତା ରଥ । ଏହି କ୍ରମରେ ଯାଜପୁର ଜିଲ୍ଲାରେ ଗଡିଛି ଏହି ରଥ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ରଥର ଶୁଭାରମ୍ଭ ହୋଇଥିଲା । ସଚେତନତା ରଥକୁ ଅତିରିକ୍ତ ଜିଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ସମଗ୍ର ଜିଲ୍ଲାରେ ବୁଲି ସଚେତନତା ବାର୍ତ୍ତା ବାଣ୍ଟିବ । ପିତୃମାତୃହୀନ, ଅବହେଳିତ ଓ ବିଭିନ୍ନ ସ୍ଥାନରୁ ଉଦ୍ଧାର ହେଉଥିବା ଶିଶୁଙ୍କୁ ବିଭିନ୍ନ ଶିଶୁ ଯତ୍ନ ଗୃହରେ ରଖାଯିବାର ବ୍ୟବସ୍ଥା ରହିଛି । ଏମିତିକି ପୋଷ୍ୟ ସନ୍ତାନ ଗ୍ରହଣ ନେଇ ସରକାରୀ ନିୟମ ମଧ୍ୟ ରହିଛି । ଏହାକୁ ଉଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ନିୟମ ରହିଛି । ଏହି ନିୟମ ବିଷୟରେ ବାର୍ତ୍ତା ବାଣ୍ଟିବ ସଚେତନତା ରଥ । ଏହି କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ବିଭାଗର ଅଧିକାରୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Post Your View

Leave a Reply

Your email address will not be published. Required fields are marked *

Back to top button