ମାଲକାନଗିରିରେ ବିପୁଳ ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ

ମାଟି ତଳୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଉଦ୍ଧାର

ମାଲକାନିଗିରରେ ସୁରକ୍ଷା ବଳକୁ ମିଳିଲା ବଡ ସଫଳତା । ବିପୁଳ ପରିମାଣର ମାଓ ସାମଗ୍ରୀ ସହିତ ଅସ୍ତ୍ର ଶସ୍ତ୍ର ଜବତ ହୋଇଛି । ମାଲକାନିଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅର୍ନ୍ତଗତ ସ୍ୱାଭିମାନ ଅଂଚଳରେ ସୁରକ୍ଷା କର୍ମୀଙ୍କ କୁମ୍ବିଂ ଅପରେସନ ବେଳେ ମାଟିତଳୁ ଧରାପଡିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ।

, ମାଲକାନଗିରିରେ ବିପୁଳ ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ

ମାଲକାନିଗରି ଜିଲ୍ଲାର ଗୁରାସେତୁ, ମୁକୁଦିପାଲ୍ଲି, ବେଜିଙ୍ଗ, ଜମ୍ପଲୁର ଓ ପାରଲୁବନ୍ଧ ଗ୍ରାମରୁ ଆଜି ସକାଳେ ବିଏସଏଫ୍ ଓ ଡିଭିଏଫ୍ ବାହିନୀ ମିଳିିତ ଭାବେ ଉଦ୍ଧାର କରିଥିଲେ । ସେହି ଅଂଚଳରେ ଜବାନମାନେ କମ୍ବିଂ କରୁଥିବାବେଳେ ଗୁଇନ୍ଦା ସୂଚନା ପାଇଥିଲେ । ଘଟଣା ସ୍ଥଳରେ ଅଧିକ ଖୋଜା ଖୋଜି କରିବାରୁ ଗୋଟିଏ ହାତ ତିଆରି ବନ୍ଧୁକ, ଡିଟୋନେଟର, ବାରୁଦ ସହ ଅନେକ ମାଓ ସାମଗ୍ରୀ ଜବତ ହୋଇଥିଲା। ଏହି ସବୁ ସାମଗ୍ରୀ କୌଣସି ଏକ ବଡ଼ ଧରଣର ଅଘଟଣ ଘଟାଇବା ପାଇଁ ମାଓବାଦୀମାନେ ଲୁଚାଇ ରଖିଥିବା ଅନୁମାନ କରଯାଉଛି।

, ମାଲକାନଗିରିରେ ବିପୁଳ ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ

ଏହାଛଡ଼ା ଗୋଟିଏ ଦେଶୀ ରିଭଲଭର୍, ଇଲେକ୍ଟ୍ରୋନିକ୍ ଡିଟୋନେଟର୍ ଓ କିଛି ମାଓ ପତ୍ରିକା ବି ଉଦ୍ଧାର ହୋଇଥିବାର ଖବର ମିଳିଛି।

Post Your View

Leave a Reply

Your email address will not be published. Required fields are marked *

Back to top button