୧୦ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

ନୂଆଦିଲ୍ଲୀ – ଗତ ୧୦ ବର୍ଷର ରେକର୍ଡକୁ ଭାଙ୍ଗିଛି ଦିଲ୍ଲୀର ଶୀତ । ଆଜି ପାଣିପାଗ ବିଭାଗର ସୂଚନାନୁସାରେ , ଶୁକ୍ରବାର ସକାଳେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଛି । ତେବେ ଏହି ରେକର୍ଡ ଗତ ୧୦ ବର୍ଷ ମଧ୍ୟରେ ନଭେମ୍ବରରେ ସର୍ବନିମ୍ନ ତାପମାତ୍ର ରେକର୍ଡ ଅଟେ । ପର୍ବତରେ ତୁଷାରପାତ ହେତୁ ଦିଲ୍ଲୀର ତାପମାତ୍ରୀ ତୀବ୍ର ହ୍ରାସ ପାଇପାରେ ବୋଲି ବିଭାଗ ପୂର୍ବାନୁମାନ କରିସାରିଛି । ତେବେ ଗୁରୁବାର ପଶ୍ଚିମ ହିମାଳୟ ଅଞ୍ଚଳରେ ଥଣ୍ଡା ପବନ ଓ ତୁଷାରପାତ ହେତୁ ଜାତୀୟ ରାଜଧାନୀ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ଡିଗ୍ରୀ ହ୍ରାସ ପାଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଗୁରୁବାର ଦିନ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୯.୪ ଡିଗ୍ରୀ ସେଲସିୟସରେ ପହଞ୍ଚିଛି ।

, ୧୦ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ
ଚଳିତ ଶାତ ଋତୁରେ ଏପର୍ଯ୍ୟନ୍ତ ଏହା ସର୍ବନିମ୍ନ ତାପମାତ୍ରା । ଏହାପୂର୍ବରୁ ବୁଧବାର ଦିନ ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ୧୦.୬ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଥିଲା । ତେବେ ପାଣିପାଗ ବିଭାଗ ଅନୁସାରେ ,ନଭେମ୍ବର ୧୯ ରୁ ୨୧ ମଧ୍ୟରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧୨.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ଏବଂ ନଭେମ୍ବର ୨୨ ରୁ ନଭେମ୍ବର ୨୬ ମଧ୍ୟରେ ୧୧.୩ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।

Post Your View

Leave a Reply

Your email address will not be published. Required fields are marked *

Back to top button