୧୮ରୁ ରାଜ୍ୟରେ ବଢ଼ିବ ଶୀତ

ପାଣିପାଗ ବିଭାଗର ସୂଚନା

ଆସନ୍ତା ୧୮ତାରିଖରୁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବ, ବଢ଼ିବ ଶୀତ । ଶୀତରେ ଥରିବ ପୁରା ଓଡିଶା । ଦକ୍ଷିଣ ଓ ପଶ୍ଚିମ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏକ ଟ୍ରପଲାଇନ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ସେମାବାରଠୁ ଆନ୍ଧ୍ର ଉପକୂଳ ଓ ତାମିଲନାଡୁର କିଛି ସ୍ଥାନରେ ଶୀତର ଲହରୀ ଅନୁଭୂତ ହେବା ସହ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାଜ୍ୟରେ ପାଗରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ ।

, ୧୮ରୁ ରାଜ୍ୟରେ ବଢ଼ିବ ଶୀତ ୧୮ ତାରିଖରୁ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣି ପାଗ ବିଜ୍ଞାନ କେନ୍ଦ୍ର । ସେହିପରି ସେମାବାର ପାଗ ଶୁଖିଲା ରହିବା ସହ ୧୮ତାରିଖରୁ ତାପମାତ୍ର କମିବା ଆରମ୍ଭ ହେବ । ପାଖାପାଖି ୨ରୁ ୩ ଡିଗ୍ରୀ ସେଲସିୟସ କମିବ ତାପମାତ୍ରା । ଧୀରେ ଧୀରେ ଶୀତର ପ୍ରକୋପ ବଢ଼ିବ ବୋଲି ଡ. ସାହୁ ଆକଳନ କରିଛନ୍ତି ।

, ୧୮ରୁ ରାଜ୍ୟରେ ବଢ଼ିବ ଶୀତ ସେପଟେ ରାଜଧାନୀ ଭୁବନେଶ୍ୱର ଆଂଚଳିକ ପାଣି ପାଗ ବିଜ୍ଞାନକେନ୍ଦ୍ରର ପୂର୍ବାନୁମାନ ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସେତେଟା ପରିବର୍ତ୍ତନ ହେବ ନାହିଁ । ଭୁବନେଶ୍ୱର ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ସେଲସିୟସ ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ସେପେଟ ରବିବାର ରାଜ୍ୟର ୫ଟି ସହରରରେ ସର୍ବନିମ୍ନ ତାପମାତ୍ର ରହିଥିଲା । ଯାହାକି ୧୫ ଡିଗ୍ରୀ ସେଲସିୟସ ତଳେ ତାପମାତ୍ରା ରହିଥିଲା । ସେ ଜିଲ୍ଲାଗୁଡିକ ହେଲା କୋରାପୁଟ, ସୋନପୁର, ଫୁଲବାଣୀ, ଦାରିଙ୍ଗିବାଡି ଆଦି ଜିଲ୍ଲା ।

Post Your View

Leave a Reply

Your email address will not be published. Required fields are marked *

Back to top button