ଅବପାତର ରୂପ ନେଲା ଲଘୁଚାପ

ଅବପାତର ରୂପ ନେଲା ବଙ୍ଗେପସାଗରେ ସୃଷ୍ଟ ଲଘୁଚାପ । ଏହା ଏବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଛି । ଆସନ୍ତା ୨୪ ଘଂଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବ ବୋଲି ଜଣାପଡିଛି । ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବ । ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଓ ବିଶାଖାପାଟଣା ଦେଇ ଅବପାତ ରୂପରେ ଅତିକ୍ରମ କରିବ । ଏହାର ପ୍ରଭାବରେ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ହେବା ସହ ବର୍ଷାର ପରିମାଣ ଆଗକୁ ଆହୁରି ବଢ଼ିବ ବୋଲି ଜଣାପଡିଛି । ତେବେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାକୁ ଅରେଂଜ ଏବଂ ଆଉ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଅରେଂଜ ୱାର୍ଣ୍ଣିଂ ଦିଆଯାଇଥିବା ଜିଲ୍ଲାଗୁଡିକ ହେଲା ମାଲକାନାଗିରି, ରାୟଗଡ଼ା, କୋରାପୁଟ, ଗଜପତି ଓ ଗଂଜାମ । ଏହି ସବୁ ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବ ବୋଲି ପାଣି ପାଗ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ୟେଲୋ ୱାର୍ଣ୍ଣିଂ ଦିଆଯାଇଥିବା ଜିଲ୍ଲାଗୁଡିକ ହେଲା ନବରଂଗପୁର, କନ୍ଧମାଳ, ପୁରୀ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ କଟକ । ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୧୩ ତାରିଖ ଯାଏଁ ବର୍ଷାର ପ୍ରଭାବ ରାଜ୍ୟରେ ଜାରି ରହିବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରାଯାଇଛି ।

Post Your View

Leave a Reply

Your email address will not be published. Required fields are marked *

Back to top button