ଏମିତି କଣ ହେଲା ଯେଉଁଥି ପାଇଁ ମନ୍ତ୍ରୀଙ୍କୁ କଂଚା ମାଛ ଖାଇବାକୁ ପଡିଲା?

କରୋନା ମହାମାରୀ ଜନ ଜୀବନକୁ ଅସ୍ଥବ୍ୟସ୍ତ କରି ରଖିଛି । ଆଗ ଅପେକ୍ଷା ସମସ୍ତଙ୍କ ଜୀବନ ବର୍ତ୍ତମାନ ବଦଳି ଯାଇଛି କିନ୍ତୁ ପୁଣି ସମସ୍ତେ ଅଣ୍ଟା ସଲଖିବାକୁ ଚେଷ୍ଟା କରୁଛନ୍ତି । ଚେଷ୍ଟା କରୁଛନ୍ତି ପୁଣି ପୂର୍ବାବସ୍ଥାକୁ ଫେରିବା ପାଇଁ । କିନ୍ତୁ କିଛି ଲୋକଙ୍କ ମନରେ ଏବେ ବି ଡର ରହିଛି ଆମୀଷ ଖାଇବାକୁ ନେଇ । ଯେଉଁଠି ପାଇଁ ଆମୀଷ ବ୍ୟବସାୟୀ ମାନେ ହନ୍ତସନ୍ତ ହେଉଛନ୍ତି । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି । ଜଣେ ନେତା ଗୋଟିଏ ସଭାରେ କଂଚା ମାଛକୁ ଚୋବେଇ ଖାଇଛନ୍ତି ତେବେ କିଏ ସେ ନେତା ଓ କାହିଁକି ଏମିତି କରିଛନ୍ତି ଆସନ୍ତୁ ଜାଣିବା ଏହି ଭିଡିଓରେ କେବଳ ଝର୍କା ଓଡିଶାରେ ।

, ଏମିତି କଣ ହେଲା ଯେଉଁଥି ପାଇଁ ମନ୍ତ୍ରୀଙ୍କୁ କଂଚା ମାଛ ଖାଇବାକୁ ପଡିଲା?ଦୀର୍ଘ ୯ ମାସ ହେଲା କରୋନା ମହାମାରୀ କବଳରେ ରହିଛି ସାରା ବିଶ୍ୱ । କୈାଣସି ଦେଶ ଏଥିରି ବାଦ ପଡି ନାହିଁ । କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ବହୁତ ଦିନ ହେଲା ପ୍ରୟାସ ଜାରି ରଖିଛନ୍ତି ସମସ୍ତ ଦେଶ । ଏହି ମହାମାରୀର କୈାଣସି ପ୍ରତିକାର ନଥିବା କାରଣରୁ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍‌କୁ ଆପଣେଇବାକୁ ପଡିଲା । ନଚେତ୍ ଏହି ମହାମାରୀ ନିଆଁ ଭଳି ବ୍ୟାପି ଯାଇଥାନ୍ତା । ଲକ୍‌ଡାଉନ୍ ସଟ୍‌ଡାଉନ୍ ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ଥିଲା । ଅନେକ ବେପାରୀ ନିଜ ବ୍ୟବସାୟ ବନ୍ଦ କରି ଯେଉଁଥିରେ ଦି ପଇସା ମିଳିବ ଓ ଘର ଚଳେଇ ହେବ ସେହି କାମ କଲେ । ଏଥି ମଧ୍ୟରେ ଅନେକ ଲୋକଙ୍କ ମନରେ ଏହା ରହିଛି ଯେ ମାଛ ମାଂସ ଆଦି ଖାଇବା ଦ୍ୱାରା କରୋନା ବ୍ୟାପିଥାଏ କାରଣ ଉହାନର ଆମୀଷ ବଜାରରୁ ହିଁ କରୋନା ବ୍ୟାପି ଥିଲା ।

, ଏମିତି କଣ ହେଲା ଯେଉଁଥି ପାଇଁ ମନ୍ତ୍ରୀଙ୍କୁ କଂଚା ମାଛ ଖାଇବାକୁ ପଡିଲା?ତେଣୁ ବ୍ୟବସାୟୀଙ୍କ ଚିନ୍ତା ବଢିଛି । ଶ୍ରୀଲଙ୍କା ଯେଉଁଠୁ ବିଭିନ୍ନ ଦେଶକୁ ମାଛ ରପ୍ତାନୀ ହୁଏ ସେହି ଦେଶରେ ମାଛ ବ୍ୟବସାୟୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ତେଣୁ ପ୍ରସାଶନ ନିଜ ତରଫରୁ ଚେଷ୍ଟା କରିଛି ସେମାନଙ୍କ ବ୍ୟବସାୟ ବୃଦ୍ଧି କରିବା ପାଇଁ ଓ ଲୋକଙ୍କୁ ସଚେତନ କରେଇବା ପାଇଁ । ସେଥିପାଇଁ ଏକ ସଭା ଆୟୋଜିତ ହୋଇଥିଲା । ସେହି ସବାରେ ମସ୍ôୟ ମନ୍ତ୍ରୀ ଦୀଲିପ୍ ୱେଦାରଛୀ ସଭା ମଝିରେ ଗୋଟିଏ କଂଚା ମାଛକୁ ଚୋବେଇ ଖାଇ ଯାଇଥିଲେ । ଯାହା ସୋଶି।।ଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଲୋକଙ୍କ ମନରୁ ଡର ଦୂର କରିବା ପାଇଁ ଏହିଭଳି କାମ କରିଛନ୍ତି ମନ୍ତ୍ରୀ ।

Post Your View

Leave a Reply

Your email address will not be published. Required fields are marked *

Back to top button