କେତେ ବଦଳିଛି କାଶ୍ମୀର ?

ଏକ ଏ୍ୟୌତିହାସିକ ନିଷ୍ପତିକୁ ଆଜି ପୂରିଲା ବର୍ଷେ । ୩୭୦ ଧାରା ଉଚ୍ଚେଦ ଏକ ସ୍ମରଣୀୟ ନିଷ୍ପତ୍ତି ଥିଲା । ଆତଙ୍କବାଦର ମୂଳପୋଛ ସହିତ କାଶ୍ମୀରର ବିକାଶ ନେଇ ଭୁଗୋଳ ଓ ଇତିହାସ ବଦଳିଥିଲା । ଅଗଷ୍ଟ ୫ ,୨୦୧୯ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିଥିଲା । ତେଣୁ ଆଜକୁ ଠିକ୍ ବର୍ଷେ ତଳେ ଜମ୍ମୁକାଶ୍ମୀରକୁ ବିଭାଜନ କରି ରାଜ୍ୟର ଆଇନ କାନୁନ ଓ ଶାସନ ଢାଂଚାରେ ସ୍ୱତନ୍ତ୍ର ରୂପରେ ସଂସ୍କାର ଆଣିଥିଲେ କେନ୍ଦ୍ରର ମୋଦୀ ସରକାର । ରାଜ୍ୟସଭାରେ ଅନୁମୋଦିତ ହୋଇଥିଲା ଜମ୍ମୁକାଶ୍ମୀରର ପୁର୍ନ ଗଠନ ବିଲ୍ । ଏହି ବିଲ୍ ଅନୁସାରେ ନିଜର ରାଜ୍ୟର ସ୍ୱତନ୍ତ୍ରତାକୁ ହରାଇ ପୁନଃଜନ୍ମ ପାଇଥିଲା ଜାମ୍ମୁକାଶ୍ମୀର । ରାଜ୍ୟ ନୁହଁ ବରଂ ଦୁଇଟି କେନ୍ଦ୍ରଶାସିତ ଅଂଚଳ ରୂପରେ ପରିଚୟ ପାଇଲା ଜମ୍ମୁ କାଶ୍ମୀର ଓ ଲଦାଖ । ଧାରା ୩୭୦ ଉଚ୍ଚେଦ ପରେ ଦେଶର କୋଣସି ବି କୋଣରେ ରହିଥିବା ନାଗରିକ କାଶ୍ମୀରରେ ସମ୍ଫତ୍ତି କିଣିବାର ଅଧିକାର ପାଇପାରିଲେ । କାଶ୍ମୀରର ନାଗରିକ ମାନେ ଉର୍ଦୁ ବଦଳରେ ରାଜ୍ୟର ସରକାରୀ ଭାଷା ହିନ୍ଦୀକୁ ଆପଣାର କରିପାରିଲେ ।

, କେତେ ବଦଳିଛି କାଶ୍ମୀର ?

ତେବେ ଏତେ ସବୁ ଭିତରେ ପୁରୀ ଯାଇଛି ବର୍ଷେ । ନୂଆ ଅନୁଭୂତି ପାଈଛନ୍ତି ଉଭୟ ଜମ୍ମୁକାଶ୍ମୀର ଓ ଲଦାଖବାସୀନ୍ଦା । ଧାରା ୩୭୦ ଉଚ୍ଚେଦ ବେଳେ କେନ୍ଦ୍ର ମନ୍ତ୍ରୀ ଅମିତ୍ ଶାହା କାଶ୍ମୀର ଓ ଲଦାଖରେ ପ୍ରଚୁର ଶିଳ୍ପାୟନ ସହ ଯୁବକଙ୍କ ନୂତନ ନିଯୁକ୍ତି ସୁଯୋଗର ପ୍ରତିଶୃତି ରଖିଥିଲେ । ହେଲେ ପରିସ୍ଥିତିର ଜଟିଳତା ପାଇଁ କେନ୍ଦ୍ରସରକାରଙ୍କ ବାର୍ଷିକ ବଜେଟରୁ କୈାଣସି ରିଲିଫ୍ କିମ୍ବା ପୁନରଉଦ୍ଧାର ପ୍ୟାକେଜ୍ ଏଯାଏଁ ମିଳିପାରିନାହିଁ । ଦେଖିବାକୁ ଗଲେ ବର୍ଷକ ଭିତରେ ଜମ୍ମୁ କାଶ୍ମୀରର ଅର୍ଥନୀତି ୫୦୦୦୦ କୋଟି ଟଙ୍କାର କ୍ଷତି ସହିଛି । ତାସହ ସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ମଧ୍ୟ ଗୁରୁତର ପ୍ରଭାବ ପଡିଛି । କରୋନା ମହାମାରି ସମୟରେ ଯେତେବେଳେ ପିଲାମାନଙ୍କର ଶିକ୍ଷାରେ ଉନ୍ନତି ପାଇଁ ଅନ୍ ଲାଇନ୍ କ୍ଲାସସେ ,ୱାର୍କ ଫ୍ରମ୍ ହୋମ୍ ଘରେ ରହି ସ୍ୱାସ୍ଥ୍ୟ ସେବା ଆଦି ଉପରେ ଗୁରୁତ୍ୱ ଦିଆଯାଉଛି । ସେହିଭଳି ସମୟରେ ଟୁଜି ଇନ୍ଟରନେଟ୍ ସ୍ପିଡ୍ ଜମ୍ମୁକାଶ୍ମୀର ପାଇଁ ଚିନ୍ତାର କାରଣ ସାଜିଛି । ଅଧିକାଂଶ ଛାତ୍ର ପାଠପଢାରୁ ନିବୃତ ରହୁଛନ୍ତି । ଯୁବକମାନଙ୍କ ନିଯୁକ୍ତି କ୍ଷେତ୍ରରେ ମଧ୍ୟ କୈାଣସି ଉନ୍ନତି ଦେଖାଯାଇନାହିଁ । ରିପୋର୍ଟ ମୁତାବକ ଜୁମ୍ ୨୦୧୯ରେ ଜମ୍ମୁ କାଶ୍ମୀରରେ ବେକାରୀ ହାର- ୧୫.୮୯% ଥିଲା ଯାହା ସେହି ସମୟରେ ଦେଶର ସର୍ବନିମ୍ନ ସ୍ତରରେ ରହିଥିଲା । ହେଲେ ନିଷ୍ପତ୍ତିର ବର୍ଷେ ପରେ ପରିସ୍ଥିତି ଆହୁରୀ ଖରାପ ଆଡକୁ ଗତି କରିଛି । ବେକାର ଯୁବକଙ୍କ ସଂଖ୍ୟା ଦ୍ରୁତ ଗରିରେ ବଢିବାରେ ଲାଗିଛି । କେବଳ ଜାମ୍ମୁ କାଶ୍ମୀରରେ ଏହି ପରିସ୍ଥିତି ଦେଖାଦେଇନାହିଁ । ଲଦାଖରେ ମଧ୍ୟ ବେକାରୀ ହିସାବରେ ୬୦୦ ରୁ ଉର୍ଦ୍ଦ ଇଂଜିନିୟର ଅଛନ୍ତି ।

, କେତେ ବଦଳିଛି କାଶ୍ମୀର ?

କିନ୍ତୁ କେବଳ ଗୋଟିଏ କ୍ଷେତ୍ରରେ ବର୍ଷକ ଭିତରେ ଉନ୍ନତି ପରିଲକ୍ଷିତ ହୋଇଛି । ତାହା ହେଉଛି, ଆତଙ୍କବାଦର ଦମନ । ପୂର୍ବ ଅପେକ୍ଷା ସେନା ଓ ଜମ୍ମୁକାଶ୍ମୀର ପୋଲିସ ଅଧିକ ସଫଳତା ହାସଲ କରିଛନ୍ତି । ୩୦୦ରୁ ଉର୍ଦ୍ଦ ଆତଙ୍କବାଦୀଙ୍କ ମୁଣ୍ଡ ଗଡାଇବାରେ ସକ୍ଷମ ହୋଇପାରିଛନ୍ତି ଏଠାକାର ସୁରକ୍ଷାକର୍ମୀ । ଦେଖିବାକୁ ଗଲେ ସଫଳତା ମିଳିଛି କିନ୍ତୁ ବିଫଳତା ହାତ ଛାଡିନି । ଏ୍ୟୌତିହାସିକ ନିଷ୍ପତ୍ତି ବେଳେ ଦିଆଯାଇଥିବା ପ୍ରତିଶୃତିଗୁଡିକ ସେହିଭଳି ପ୍ରତିଶୃତିରେ ଅଟକିଯାଇଛି । କାଶ୍ମୀରକୁ ବିକଶିତ କରିବାର ଆବଶ୍ୟକ ଭିତ୍ତିଭୂମି ସଜାଡିବାରେ ବୋଧ ହୁଏ ଏଯାଏଁ କେନ୍ଦ୍ରସରକାର ସଫଳ ହୋଈନାହାନ୍ତି ।

Post Your View

Leave a Reply

Your email address will not be published. Required fields are marked *

Back to top button