ପୋଲିସକୁ ଚକମା ଦେଲା ଚୋର

କିଏ ଅଧିକ ଚାଲାକ

ପୋଲିସ ଚୋରର ସଂପର୍କ କଣ ତାହା ତ ଆପଣମାନେ ଜାଣନ୍ତି । ଏହା ମଧ୍ୟ ସତ ଯେ ପୋଲିସ ର କାମ ହେଉଛି ଅପରାଧକୁ ରୋକିବା , ତେଣୁ କରି ସମାଜରୁ ଅପରାଧୀ ମାନଙ୍କର ବିନାଶ କରିବା ପାଇଁ ପୋଲିସ ଚୋର କୁ ଧରି ଜେଲ ରେ ରଖେ । ତେବେ ଏସବୁ କଥା ତ ଆପଣମାନେ ଜାଣିଛନ୍ତି । କିନ୍ତୁ ଏହା ଛଡା ଆଜିକାଲିର ଚୋର ଭି ସମୟ ହିସାବରେ ବହୁତ ଏଡଭାନ୍ସ ହୋଇଗଲେଣି । ସେମାନେ ନିଜ ବୁଦ୍ଧିକୁ ଚୋରି ଏବଂ ଡକାୟତି କରିବାରେ ଏମିତି ନିୟୋଜିତ କରୁଛନ୍ତି ଯେ ଯେମିତି ଜଣେ ପ୍ରଧାନମନ୍ତ୍ରୀ ଦେଶ ଚଲାଇବାରେ ।

ତେବେ ଏସବୁ କହିବାର ଅର୍ଥ ଏହା ଯେ ପୋଲିସ ଦିନକୁ ଦିନ ଯେତେ ଶକ୍ତ ହେବାକୁ ଲାଗୁଛି ଅପରାଧୀ ମାନେ ମଧ୍ୟ ଦିନକୁ ଦିନ ସେତିକି ଧୁରନ୍ଦର ହେବାକୁ ଲାଗୁଛନ୍ତି । କିନ୍ତୁ କିଛିଦିନ ତଳେ ଗୋଟିଏ ବାଇକ୍ ଉଦ୍ଧାରର ଛାନବିନ ପରେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ଶୁକ୍ରବାର ଦିନ ମୟୂରଭଜ୍ଞ ଜିଲ୍ଲା ଉଦଳା କଲେଜ ନିକଟ ଜଙ୍ଗଲରୁ ପୋଲିସ ଉଦ୍ଧାର କରିଥିଲା ଏକ ବାଇକ । ଜଙ୍ଗଲରେ ପଡିଥିବା ଏହି ଅଜଣା ବାଇକ୍ କୁ ପୋଲିସ ଦେଖିସାରିବା ପରେ ଭ୍ରମରେ ପଡିଯାଇଥିଲା ଏବଂ ଏହା କୈାଣସି ଚୋରା ବାଇକ ବୋଲି ସନ୍ଦେହ କରିଥିଲା ।

କିନ୍ତୁ ବାଇକରେ ପୋଲିସ ଲେଖାଯାଇଥିବାରୁ ପୋଲିସ ଏହାକୁ ଅଧିକ ଛାନଭିନ୍ କରିବା ପରେ ଅଡିଅ-୦୫-ଏଜି-୩୮୩୪ ନମ୍ବର ବିଶିଷ୍ଟ ଧଳାରଙ୍ଗର ଏହି ଆପାଜି ର ପ୍ରକୃତ ମାଲିକକୁ ଖୋଜି ବାହାର କଲା । ତେବେ ମାଲିକଙ୍କ ପରିଚୟ ପାଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ , କାରଣ ତାହା ଜିଲ୍ଲା ଏସପିଙ୍କ ନାଁ ରେ ଥିଲା । ତେବେ ତାପରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲେ ।

ସୂଚନା ଅନୁଯାୟୀ ଶୁଳିଆପଦା ଥାନା କୂଳିଡିହିଠାରେ ଗୁରୁବାର ଦିନ ଦ୍ରୁତଗତିରେ ଆସୁଥିବା ଜଣେ ସ୍କୁଟର ଚାଳକଙ୍କ ସହ ଏକ ବାଛୁରୀର ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ବାଛୁରୀଟି ଛିଟିକି ପଡି ପାଖରେ ଯାଉଥିବା ଜଣେ ବୃଦ୍ଧାଙ୍କ ସହ ପଟିହୋଇଗଲା ଏବଂ ଘଟଣାସ୍ଥଳରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଗଲା । \nସେଠାକାର ସ୍ଥାନୀୟ ଲୋକମାନେ ସେହି ସ୍କୁଟର ଚାଳକଙ୍କୁ କାବୁ କରି ଶୁଳିଆପଦା ପୋଲିସକୁ ଖବର ଦେଇଥିଲେ । ପୋଲିସ ସେଠାରେ ପହଂଚି ସେହି ଚାଳକଙ୍କୁ ସାଙ୍ଗରେ ଆଣି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ତାଙ୍କର ଚିକିତ୍ସା କରାଇସାରିବାରେ ତାଙ୍କୁ ଥାନାକୁ ନେବାର ଥିଲା । କିନ୍ତୁ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରୁ ପୋଲିସକୁ ଚକମା ଦେଇ ପୋଲିସର ପେଟ୍ରୋଲିଂ ବାଇକ୍ ଧରି ଫେରାର ହୋଇଗଲା ।

ଅନ୍ୟ ପୋଲିସବାବୁ ମାନେ ତାର ପିଛା କରି ମଧ୍ୟ ତାକୁ ଧରିବାରେ ସଫଳ ହେଲେ ନାହିଁ । ଉଦଳା ଜଙ୍ଗଲରୁ ବାଇକ ଧରାପଡିବା ପରେ ଏସବୁ କଥା ସାମ୍ନାକୁ ଆସିଥିଲା । ତେବେ ଏହି ଘଟଣାରୁ ସ୍ପଷ୍ଟ ଜଣାପଡିଯାଉଛି ଯେ ଆମ ପୋଲିସବାବୁ ମାନେ ନିଜ ଡ୍ୟିଟିରେ ଥିବା ବେଳେ କେତେ ଆକଟିଭ୍ ରହୁଛନ୍ତି । ନହେଲେ କଣ ତାଙ୍କ ଆଖି ସାମ୍ନାରେ ପୁଣି ପୋଲିସ ଗାଡି ଧରି ଚୋର ଖସିବାରେ ସକ୍ଷମ ହୁଅନ୍ତା ।

ଆଜିକାଲିର ଚୋର ପୋଲିସର ଛକାପଞ୍ଝା ଖେଳରେ ଚୋର ସବୁବେଳେ ଆଗୁଆ । ତେବେ ଆମେ ସମୀକ୍ଷା କରି ଏତିକି କହିବାକୁ ଚାହୁଁଛୁ କି ନିଜ ଡ୍ୟିଟିକୁ ସୂଚାରୁ ରୂପେ ତୁଲାଇଲେ ବୋଧହୁଏ ଏଭଳି ଅଘଟଣ ଘଟିବ ନାହିଁ ।

Post Your View

Leave a Reply

Your email address will not be published. Required fields are marked *

Back to top button