ଭଗବାନଙ୍କୁ ମନେ ପକାଇବା ସମୟରେ ଆଖିରୁ ଲୁହ କାହିଁକି ବାହାରିଥାଏ?

ଲୁହ ପାଣି ଓ ଲବଣର ମିଶ୍ରଣ । ଆମ ଆଖିରୁ ଅନେକ ସମୟରେ ଲୁହ ଆପେ ବାହାରି ଥାଏ । ଯେତେବେଳେ ଅମ ଆଖି କିଛି ତେଜ ରଶ୍ମୀ ବା ଧୂଆଁ ସହ୍ୟ କରି ପାରି ନଥାଏ ସେତେବେଳେ ଆଖିରୁ ଲୁହ ବାହାରିଯାଇଥାଏ । ଯାହା ଆମ ଆଖି ପାଇଁ ଲାଭଦାୟକ । ଏଭଳି ହେବା ଦ୍ୱାରା ଆଖିକୁ ଆରାମ୍ ମିଳିଥାଏ । ଆଖି କୁଞ୍ଚି କୁଂଚି ହେଉଥିଲେ ବା କୁଣ୍ଡେଇ ହେଉଥିଲେ ମଧ୍ୟ ଲୁହ ବାହାରିଯିବା ପରେ ଆଖିକୁ ଭଲ ଲାଗିଥାଏ । ମଣିଷ ବେଶୀ ଦୁଃଖରେ ଥିଲେ ମଧ୍ୟ କାନ୍ଦେ ଲୁହ ବାହାରିବା ଦ୍ୱାରା ଆଖି ସଫା ହୋଇଥାଏ । ଓ ଆଖିର ଉପରର ଟିଷୁ ସଫା ହେବା ଦ୍ୱାରା ବିଭିନ୍ନ ସଂକ୍ରମଣରୁ ମଧ୍ୟ ଆଖି ରକ୍ଷା ପାଇଥାଏ । ଲୁହ ଆଖିକୁ ଶୁଷ୍କ ହେବାକୁ ଦେଇ ନଥାଏ ଓ ଆଖିକୁ ବିଭିନ୍ନ ଜୀବାଣୂ  କୀଟାଣୁରୁ ରକ୍ଷା କରିଥାଏ ।

, ଭଗବାନଙ୍କୁ ମନେ ପକାଇବା ସମୟରେ ଆଖିରୁ ଲୁହ କାହିଁକି ବାହାରିଥାଏ?
ବିଭିନ୍ନ ସମୟରେ ଆପଣ ମାନେ ଦେଖି ଥିବେ କିଛି ଲୋକ ପୂଜା ପାଠ କରିବା ସମୟରେ ସେମାନଙ୍କ ଆଖିରୁ ଲୁହ ଚାଲି ଆସିଥାଏ । କେତେକଙ୍କ ମନରେ ଏହି ପ୍ରଶ୍ନ ନିଶ୍ଚୟ ଉଙ୍କି ମାରୁଥିବ ଯେ ଲୋକ ମାନେ ପୂଜା କଲା ବେଳେ କାହିଁକି କାନ୍ଦି ପକାଉଛନ୍ତି ? ଏମିତି ବି ଅନେକ ଘଟଣା ଆପଣ ଦେଖିଥିବେ ଯେତେବେଳେ ଘରେ ଜେଜେମା’ ବା ଜେଜେ ବାପା ଟିଭିରେ କିଛି ଆଧ୍ୟାତ୍ମିକ ଜିନିଷ ବା ପ୍ରବଚନ ଶୁଣୁଥିବେ ସେତେବେଳେ ସେମାନେ କାନ୍ଦି ପକାନ୍ତି । ଏହାର କାରଣ ହେଉଛି ସେମାନେ ଭଗବାନଙ୍କୁ ଅନୁଭବ କରି ପାରନ୍ତି । ଯାହାଦ୍ୱାରା ସେମାନଙ୍କ ମନରେ ଭକ୍ତି ଭାବ ସୃଷ୍ଟି ହୋଇଥାଏ ଓ ସେହି ପବିତ୍ରତାଙ୍କୁ ସେମାନେ ଅନୁଭବ କରିବା ପରେ ଆଖିରୁ ଲୁହ ବାହାରିଥାଏ ।

, ଭଗବାନଙ୍କୁ ମନେ ପକାଇବା ସମୟରେ ଆଖିରୁ ଲୁହ କାହିଁକି ବାହାରିଥାଏ?
ମନ ଅଶାନ୍ତ ଥିଲେ ବା କିଛି କାମରେ ମନ ଲାଗୁ ନଥିଲେ ପାଖ ମନ୍ଦିରକୁ ଅନେକ ଲୋକ ଯାଇଥାନ୍ତି । ସେଠାରେ ଠାକୁରଙ୍କୁ ସ୍ମରଣ କରିଥାନ୍ତି ବା ମନ୍ଦିରର ଶାନ୍ତ ପରିବେଶରେ କିଛି ସମୟ ଅତିବାହିତ କରିଥାନ୍ତି ଯାହାଦ୍ୱାରା ମନକୁ ଶାନ୍ତି ମିଳିଥାଏ । କିଛି ସମୟରେ ଲୋକ ପରିସ୍ଥିତିକୁ ବୁଝି ନପାରି ମଧ୍ୟ କାନ୍ଦି ପକାଇଥାନ୍ତି ଯାହାଦ୍ୱାରା ମନ ହାଲକା ହେବା ସହ ଭଲ ମଧ୍ୟ ଲାଗିଥାଏ ।

, ଭଗବାନଙ୍କୁ ମନେ ପକାଇବା ସମୟରେ ଆଖିରୁ ଲୁହ କାହିଁକି ବାହାରିଥାଏ?
ଏହାସହ ଆଉ ଏକ ବିଚାରଧାର ମଧ୍ୟ  ରହିଛି ଯଦି ଜଣେ ବ୍ୟକ୍ତି ପୂଜା କଲା ବେଳେ ଆଖିରେ ଲୁହ ଆସୁଛି ତେବେ ତାଙ୍କୁ ଇଷ୍ଠ ଦେବୀ କିଛି ସଂକେତ ଦେବା ପାଇଁ ଚାହୁଁଛନ୍ତି । ଯଦି ସେହି ବ୍ୟକ୍ତି ଧ୍ୟାନର ସହ ଭଗବାନଙ୍କ ସନ୍ଦେଶକୁ ଯାଆନ୍ତି ତେବେ ତାଙ୍କ ସମସ୍ୟା ଦୂର ହୋଇଥାଏ । ତେଣୁ ପୂଜା ସମୟରେ ଯଦି ଆଖିରୁ ଲୁହ ବାହାରୁଛି ତେବେ ଇଷ୍ଠଦେବୀଙ୍କ ତୀର୍ଥକ୍ଷେତ୍ରକୁ ଯାଆନ୍ତୁ ପୂଜା ପାଠ କରନ୍ତୁ ମନ ଭଲ ରହିବ । ଏହା ସହ ମନସ୍କାମନା ବି ପୂରା ହେବ ।

Post Your View

Leave a Reply

Your email address will not be published. Required fields are marked *

Back to top button