୨୦ ଭୂତଙ୍କ ସହ ଶାରିରୀକ ସମ୍ପର୍କ !

ଭୂତ ସହିତ ଶାରାରୀକ ସଂପର୍କ! କଥାଟା ଶୁଣିଲେ ନିହାତି ଅଡୁଆ ଏବଂ ଅବାସ୍ତବ ଲାଗୁଥିଲେ ମଧ୍ୟ ଏହା ପ୍ରକାଶ କରିଛନ୍ତି ଜଣେ 30 ବର୍ଷୀୟ ଯୁବତୀ। ଯୁବତୀଙ୍କ କଥା ଶୁଣିଲେ ଆପଣଙ୍କ ଲୋମଟାଙ୍କୁରୀ ଯିବ। ଅବିକଳ ପରୀ ରାଇଜର କାହାଣୀ ଭଳି। ଇଂଲଣ୍ଡର ଜଣେ 30 ବର୍ଷୀୟ ଯୁବତୀ ଭୂତ ସହିତ ସେକ୍ସ ହୋଇଥିବା ନେଇ ନିଜେ ସ୍ପଷ୍ଟ କରିଛନ୍ତି। ଜଣେ ନୁହେଁ କି ଦୁଇ ଜଣ ନୁହେଁ, ୨୦ ଟି ଭୂତଙ୍କ ସହ ସମ୍ଫର୍କରେ ରହିଛନ୍ତି। ଡିସେମ୍ବର 2018ରେ ଏକ ବ୍ରିଟିଶ ଟିଭି ଚ୍ୟାନେଲରେ ସେ ଏହା ପ୍ରକାଶ କରିଛନ୍ତି।
ଆମେଥିଷ୍ଟ ରିଆମ୍ ଏହି ଟିଭି ଚ୍ୟାନେଲରେ କହିଛନ୍ତି ଭୂତ ସହ ଶାରାରୀକ ସଂପର୍କ ରଖିବା ପାଇଁ ତାଙ୍କର ଭାବି ସ୍ୱାମୀଙ୍କୁ ଚିଟ୍ କରିଥିବା ସ୍ୱୀକାର କରିଥିଲେ। ନିଜର ବ୍ୟକ୍ତିଗତ କହାଣୀ ପ୍ରକାଶ କରି ରିଆମ୍ କହିଛନ୍ତି ଏକ ପ୍ରେତ ସହିତ ନଅ ମାସର ସମ୍ପର୍କକୁ ପାଳନ କରିବା ପାଇଁ ଇଂଲଣ୍ଡର ଉକି ହୋଲ କେଭ୍ସକୁ ଯାଇଥିଲେ। ଯେଉଁଠାରେ ସେ ତାଙ୍କ ସାଥୀଙ୍କ ସ୍ୱର ପ୍ରଥମ ଥର ପାଇଁ ଶୁଣିଥିଲେ। ପ୍ରେତର ସ୍ୱର ଥିଲା ଖୁବ୍ ସୁନ୍ଦର, ମୁଗ୍ଧକର ଓ ରୋମାଞ୍ଚିତ।
ଗତ ଫେବୃଆରୀରେ ବିଜିନେସ୍ ସମ୍ବନ୍ଧୀୟ ଏକ ଟ୍ରିପରେ ଅଷ୍ଟ୍ରେଲିଆ ଯାଇଥିବା ସମୟରେ ରିଆମ୍ ଅନ୍ୟକୈାଣସି କଥାକୁ ଗୁରୁତ୍ୱ ନଦେଇ କେବଳ ନିଜ ସମ୍ପର୍କକୁ ଗୁରୁତ୍ୱ ଦେଇଥିବା କଥା ଏକ ଅନ୍ତର୍ଜାତୀୟ ଖବରକାଗଜରୁ ଜାଣିବାକୁ ମିଳିଛି। ପରେ ଏକ ଘଞ୍ଚ ଜଙ୍ଗଲ ଦେଇ ଯାତ୍ରା କରୁଥିବା ସମୟରେ ସେ ଏକ ନୂଆ ପ୍ରେମିକଙ୍କ ସହ ମିଶିଥିଲେ। ଏହି 30ବର୍ଷୀୟ ଯୁବତୀ ବର୍ତ୍ତମାନ ନୂଆ ପ୍ରେମିକ ସେହି ଭୂତକୁ ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି। ଯାହା ବି ହେଉ, ଏହି କପଲ ପ୍ରଥମ ସାକ୍ଷାତ ପରେ ବିମାନରେ ଶାରିରୀକ ସମ୍ଫର୍କରେ ଥିଲେ। ଯେଉଁଥିପାଇଁ ସେ ଏବେ ମାଇଲ ହାଇ କ୍ଲବର ଏକ ସଦସ୍ୟ ହୋଇପାରିଛନ୍ତି। ଆହୁରି ମଧ୍ୟ ନିଜ ସମ୍ଫର୍କକୁ ନେଇ ସେ ଏହା ମଧ୍ୟ କହିଛନ୍ତି ଯେ ଏକ ସାଧାରଣ ବ୍ୟକ୍ତି ଠାରୁ ମିଳୁଥିବା ଖୁସି ଠାରୁ ଭୂତ ସହ ଶାରିରୀକ ସଂପର୍କ ରଖଲେ ଅନେକ ଗୁଣା ଆନନ୍ଦ ମିଳିଥାଏ।
Post Your View