ଜିନ୍ସ ପିନ୍ଧିବାକୁ କରିଲା ମନା, ସ୍ୱାମୀ ନାମରେ ଥାନାରେ ଅଭିଯୋଗ ଆଣିଲା ସ୍ତ୍ରୀ!

ଝିଅ କିମ୍ବା ମହିଳା ମାନଙ୍କ କୈାଣସି ମଧ୍ୟ ପୋଷାକ ପିନ୍ଧାକୁ ନେଇ ତ ସେମାନେ ମାନେ ସବୁଦିନ କିଛି ନା କିଛି ଶୁଣୁଛନ୍ତି । ତେବେ ବର୍ତ୍ତମାନ ଏହି ପୋଷାକ ପିନ୍ଧାକୁ ନେଇ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ଆପଣମାନେ କେବେ ଭାବି ଥିବେ ଯେ ଜିନ୍ସ ପିନ୍ଧିବାକୁ ନେଇ ଜଣେ ମହିଳା ନିଜ ସ୍ୱାମୀଙ୍କ ବିଷୟରେ ଅଭିଯୋଗ ଆଣିବେ । ଆଜ୍ଞା ହଁ ଗୁଜୁରାତ ର ଅହମ୍ମଦାବାଦ୍ ରୁ ଜଣେ ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ଥାନା ରେ ଅଭିଯୋଗ ଦେଇଛନ୍ତି ଯେ ସେ ତାଙ୍କ ଜିନ୍ସ ପିନ୍ଧିବାକୁ ନେଇ ବିରୋଧ କରୁଛନ୍ତି । ଏବଂ ଜିନ୍ସ ପିନ୍ଧିଲେ ସେ ତାଙ୍କୁ ଛାଡପତ୍ର ଦେବେ ବୋଲି ଧମକ ଦେଇଛନ୍ତି ବୋଲି ମଧ୍ୟ ସେ ଅଭିଯୋଗ ଆଣିଛନ୍ତି । ସେହି ମହିଳା ଜଣକ ମୁସଲିମ୍ ଅଟନ୍ତି । ଏହା ସେହି ମହିଳାଙ୍କ ଦ୍ୱିତୀୟ ବିବାହ ଥିଲା ଏବଂ ତାଙ୍କ ସ୍ୱାମୀଙ୍କ ତୃତୀୟ ବିବାହ । ବିବାହ ର ୨ ବର୍ଷ ମର୍ଯ୍ୟନ୍ତ ସବୁ କିଛି ଠିକ୍ ଥିଲା । କିନ୍ତୁ ଯେତେ ବେଳେ ସ୍ୱାମୀ ଜଣକ ନିଜ ବାପାଙ୍କ ପାଖରେ ରହିବାକୁ ଆସିଲେ ସେହି ସମୟ ପରଠାରୁ ଜିନ୍ସ ପିନ୍ଧିବାକୁ ନେଇ ଏହି ମହିଳାଙ୍କୁ ନିର୍ଯ୍ୟାତନା ଦେବା ଆରମ୍ଭ କରିଦେଲେ । କେବଳ ତାଙ୍କ ସ୍ୱମୀ ହିଁ ନୁହେ ତାଙ୍କ ଶାଶୁ ଶସୁର ମଧ୍ୟ ନିର୍ଯ୍ୟାତନା ଦେବା ଆରମ୍ଭ କରିଦେଲେ । ସେମାନଙ୍କ ନଜର ରେ ଗୋଟିଏ ଜିନ୍ସ ପିନ୍ଧିବା ତାର ଚରିତ୍ର କୁ ଦର୍ଶାଉଛି । ଏହି ସବୁ ଘଟଣା ବହୁଥର ଘଟିବା ପରେ ସେହି ମହିଳା ଜଣକ ପୋଲିସ୍ ଥାନା ରେ ଅଭିଯୋଗ ଦେଇଛନ୍ତି । ଏହା ବ୍ୟତୀତ ସେ ତାଙ୍କୁ ଚାକିରୀ ଛାଡିବା ପାଇଁ ମଧ୍ୟ ବାଧ୍ୟ କରିଥିଲେ ଏବଂ ଛାଡପତ୍ର ର ଧମକ ମଧ୍ୟ ଦେଉଥିଲେ ।

Post Your View

Leave a Reply

Your email address will not be published. Required fields are marked *

Back to top button