ମହିଳାଙ୍କ ସୁରକ୍ଷା ପାଇଁ ପ୍ରଥମ ଥର ତିଆରି ହେଲା ‘ଦାଏ-ଦିଦି କ୍ଲିନିକ୍‌’

ମହିଳାଙ୍କ ପାଇଁ ସ୍ୱତନ୍ତ୍ର ମୋବାଇଲ୍ ମେଡିକାଲ ସୁବିଧା ଲାଗି ତିଆରି ହେଲା ‘ଦାଏ-ଦିଦି କ୍ଲିନିକ୍‌’ । ଏହି କ୍ଲିନିକ୍ ତିଆରି ହୋଇଛି ଛତିଶଗଡଠାରେ । ଏହା ଦେଶରେ ପ୍ରଥମ ସର୍ବ ସହିଳା ମୋବାଇଲ କ୍ଲିନିକ୍ । ଏହି ଦାଏ ଦିଦି କ୍ଲିନିକ୍ କୁ ରାଜ୍ୟର ରାୟପୁର , ବିଳାସପୁର ଏବଂ ଭିଲାଇରେ ମ୍ୟୁନିସପାଲିଟି ଅଂଚଳରେ ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଇବ ।

, ମହିଳାଙ୍କ ସୁରକ୍ଷା ପାଇଁ ପ୍ରଥମ ଥର ତିଆରି ହେଲା ‘ଦାଏ-ଦିଦି କ୍ଲିନିକ୍‌’

ଏଠାରେ କେବଳ ମହିଳା ରୋଗିଙ୍କ ପାଇଁ ଉଦ୍ଦିଷ୍ଟ କ୍ଲିନିକରେ ଡାକ୍ତର , ପାରାମେଡିକାଲ ଷ୍ଟାପ୍ , ଟେକ୍ନିସିଆନ ଏବଂ ନର୍ସ ମିଡୱାଇଫଙ୍କ ସମେତ ମହିଳା କର୍ମଚାରୀ ରହିବେ । ଦାଏ ଦିଦି କ୍ଲିନିକ୍ର ଏପରି ଏକ ବଡ ପଦକ୍ଷେପ ପାଇଁ ଚତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ଏହାର ଶୁଭାରମ୍ଭ କରି କହିଛନ୍ତି ଯେ ଏହି କ୍ଲିନିକରେ ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ସହ ଜଡିତ ରୋଗର ଚିକିତ୍ସା ଏବଂ ନିରାକରଣ ବ୍ୟତୀତ ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ ଲାଗି ପ୍ରତିଷୋଧକ ଯତ୍ନ ଏବଂ ସ୍କ୍ରିନିଂ ସିଷ୍ଟକୁ ଅର୍ନ୍ତଭୁକ୍ତ କରାଯାଇଛି ।

, ମହିଳାଙ୍କ ସୁରକ୍ଷା ପାଇଁ ପ୍ରଥମ ଥର ତିଆରି ହେଲା ‘ଦାଏ-ଦିଦି କ୍ଲିନିକ୍‌’

ମହିଳା ମାନେ ଏହି ଦାଏ ଦିଦି କ୍ଲିନିକ୍ରେ ସ୍ତ୍ରି ରୋଗ , ଗର୍ଭଧାରଣ ଏବଂ ପ୍ରଜନନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରସଙ୍ଗରେ ନିଜକୁ ପରାମର୍ଶ ଦେଇପାରିବେ । ଆହୁରି ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ କହିଛନ୍ତି ମହିଳାମାନେ ସଂକୋଚ କାରନରୁ ନିଜର ରୋଗକୁ ସଠିକ ଭାବରେ ଡାକ୍ତରଙ୍କୁ କହିପାରନ୍ତି ନାହିଁ ଯାହାଫଳରେ ତାଙ୍କର ସଠିକ୍ ଭାବରେ ଚିକିତ୍ସା ବି ହୋଇପାରି ନଥାଏ ।

, ମହିଳାଙ୍କ ସୁରକ୍ଷା ପାଇଁ ପ୍ରଥମ ଥର ତିଆରି ହେଲା ‘ଦାଏ-ଦିଦି କ୍ଲିନିକ୍‌’

କିନ୍ତୁ ଦାଏ ଦିଦି କ୍ଲିନିକରେ କେବଳ ମହିଳାମାନେ ହିଁ ପରିଚାଳନା କରିବେ ସେଥିଲାଗି ସ୍ତ୍ରୀ ଲୋକମାନେ ନିଜ ରୋଗ ବିଷୟରେ ଖୋଲିକି କହିପାରିରେ କୌଣସି ସଂକୋଚ ଅନୁଭବ କରିବେ ନାହିଁ ଏବଂ ସଠିକ୍ ରୋଗର ସଠିକ୍ ଚିକିତ୍ସା ବି ହୋଇପାରିବ , ଏହା ଏକ ସୁନ୍ଦର ପଦକ୍ଷେପ ।

Post Your View

Leave a Reply

Your email address will not be published. Required fields are marked *

Back to top button