ଦଳ ପାଇଁ ଥିଲେ ଦୁର୍ଲଭ, ଜାଣିବା ୧୦ ସଫଳ କ୍ୟାପଟେନଙ୍କ କାହାଣୀ

ରିକି ପଟିଂ– କ୍ରିକେଟ ଇତିହାସରେ ସବୁଠାରୁ ସଫଳ କ୍ୟାପଟେନ୍ ହେଉଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଟିଂ। ଅଧିନାୟକ ଭାବେ ସର୍ବାଧିକ ଏକଦିବସୀୟ ମ୍ୟାଚ ଜିତାଇଥିବା ରେକର୍ଡର ଅଧିକାରୀ ହେଉଛନ୍ତି  ପଟିଂ। ପଣ୍ଟିଙ୍ଗ ତାଙ୍କ କ୍ୟାପଟେନସିପରେ  ୩୨୪ଟି ମ୍ୟାଚରୁ ୨୨୦ଟି ମ୍ୟାଚ ଜିତାଇଛନ୍ତି।  ହାରାହାରି ୧୦୦ ରୁ ୬୮ ମ୍ୟାଚ ଜିତିବାର ଶ୍ରେୟ ଯାଏ ରିକିଂ ପଣ୍ଟିଂଙ୍କ ନାମରେ।  ତାଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ଦଳ ୨୦୦୩ ଏବଂ ୨୦୦୭ ମସିହାରେ ବିଶ୍ୱକପ୍ ଜିତିଥିଲା।

, ଦଳ ପାଇଁ ଥିଲେ ଦୁର୍ଲଭ, ଜାଣିବା ୧୦ ସଫଳ କ୍ୟାପଟେନଙ୍କ କାହାଣୀ

ମହେନ୍ଦ୍ର ସିଂ ଧୋନୀ– ବିଶ୍ୱ କ୍ରିକେଟ ଇତିହାସରେ ଆଉ ଜଣ ସଫଳତମ କ୍ୟାପଟେନ ହେଲେ ମହେନ୍ଦ୍ର ସିଂ ଧୋନୀ। ତାଙ୍କ କ୍ୟାପଟେନସିପ୍ ବଳରେ ଭାରତ ୨୦୧୧ରେ ଆଣିଥିଲା ବିଶ୍ୱକପ୍। ଧୋନୀ ଭାରତୀୟ ଟିମର ଦାୟିତ୍ୱ ୨୦୦୭ରୁ ୨୦୧୬ ପର୍ଯ୍ୟନ୍ତ ନେଇଥିଲେ । ଧୋନୀଙ୍କ କ୍ୟାପଟେନସିପରେ ୩୩୨ ମ୍ୟାଚରୁ ୧୭୮ଟି ମ୍ୟାଚ ଜିତିଛି ଭାରତ। ଅଧିନାୟକ ଭାବେ ଧୋନୀଙ୍କ ମ୍ୟାଚ ଜିତିବାର ଆଭାରେଜ୍ ରହିଛି ୫୪ ପ୍ରତିଶତ। ଧୋନୀଙ୍କ କ୍ୟାପଟେନସିପରେ ଭାରତ ୨୦୦୭ ଟି-୨୦ ବିଶ୍ୱକପ୍, ୨୦୧୦ ଏସିଆ କପ୍, ୨୦୧୧ ଓ୍ୱାଲର୍ଡ କପ୍ ଏବଂ ୨୦୧୩ରେ ଚାମ୍ପିଆନସ୍ ଟ୍ରଫି ହାତେଇଲା ଭାରତ।

, ଦଳ ପାଇଁ ଥିଲେ ଦୁର୍ଲଭ, ଜାଣିବା ୧୦ ସଫଳ କ୍ୟାପଟେନଙ୍କ କାହାଣୀ

ଗ୍ରେମ ସ୍ମିଥ୍– ୨୨ବର୍ଷ ବୟସରୁ ଦଳର ନେତୃତ୍ୱ ନେଇ ଦକ୍ଷିଣ ଆଫ୍ରିକାକୁ ସଫଳତାର ଶୀର୍ଷକୁ ପହଞ୍ଚାଇ ପାରିଥିଲେ ଗ୍ରେମ ସ୍ମିଥ। ମାତ୍ର ୨୨ବର୍ଷରୁ ବୟସରେ ସ୍ମିଥ୍,୨୦୦୨ରୁ ୨୦୧୪ ପର୍ଯ୍ୟନ୍ତ ସାଉଥ ଆଫ୍ରିକା ଦଳର ନେତୃତ୍ୱ ନେଇଥିଲେ। ସ୍ମିଥଙ୍କ ଅଧିନାୟକତ୍ୱରେ ଖେଳାଯାଇଥିବା ୨୮୬ ମ୍ୟାଚରୁ ୫୭ପ୍ରତିଶତ ହିସାବରେ ସାଉଥ ଆଫ୍ରିକା ୧୬୩ ମ୍ୟାଚରେ ବିଜୟୀ ହୋଇଛି।

, ଦଳ ପାଇଁ ଥିଲେ ଦୁର୍ଲଭ, ଜାଣିବା ୧୦ ସଫଳ କ୍ୟାପଟେନଙ୍କ କାହାଣୀ

ଆଲାନ ବର୍ଡରଆଲାନ ବର୍ଡରଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଦଳକୁ ନୂଆ ଦିଶା ମିଳିଥିଲା। ୧୯୮୪ରୁ ଅଷ୍ଟ୍ରେଲିଆ ଦଳର ନେତୃତ୍ୱ ନେଇଥିବା ବର୍ଡର,ଉଭୟ ଦିନିକିଆ ଏବଂ ଟେଷ୍ଟ ମ୍ୟାଚର ସର୍ବାଧିକ ରନ୍ ସ୍କୋରର ଥିଲେ। ୫୧% ହାରରେ ୨୭୧ମ୍ୟାଚରୁ ୧୩୯ଟିରେ ଅଷ୍ଟ୍ରେଲିଆକୁ ବିଜୟୀ କରିଛନ୍ତି ବାମହାତୀ ବ୍ୟାଟସମ୍ୟାନ ଓ ବୋଲର ଆଲାନ୍ ବର୍ଡର।

, ଦଳ ପାଇଁ ଥିଲେ ଦୁର୍ଲଭ, ଜାଣିବା ୧୦ ସଫଳ କ୍ୟାପଟେନଙ୍କ କାହାଣୀ

ଷ୍ଟିଫେନ ଫ୍ଲେମିଂ– ଷ୍ଟିଫେନ ଫ୍ଲେମିଂ ୧୯୯୪ରୁ ୨୦୦୯ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ଟିମର ନେତୃତ୍ୱ ନେଇଛନ୍ତି। ତାଙ୍କର କ୍ୟାପଟେନ କାଳ ମଧ୍ୟରେ ନ୍ୟୁଜିଲାଣ୍ଡ ଦଳ  ICC KnockOut Trophy 2000 ର ବିଜେତା ହୋଇଥିଲା। ନ୍ୟୁଜିଲାଣ୍ଡ ଦଳର ପ୍ରଥମ ଟି-୨୦ କ୍ୟାପଟେନ ହୋଇଥିବା ଫ୍ଲେମିଙ୍ଗଙ୍କ କ୍ୟାପଟେନସିପରେ ୩୦୩ଟି ମ୍ୟାଚରୁ ୧୨୮ଟି ମ୍ୟାଚ ଜିତିଛନ୍ତି। ୪୨ ପ୍ରତିଶତ ମ୍ୟାଚ ଜିତିବାର ଶ୍ରେୟ ଷ୍ଟିଫେନ୍ ଫ୍ଲେମିଙ୍ଗଙ୍କ ନାମରେ ରହିଛି।

, ଦଳ ପାଇଁ ଥିଲେ ଦୁର୍ଲଭ, ଜାଣିବା ୧୦ ସଫଳ କ୍ୟାପଟେନଙ୍କ କାହାଣୀ

ହାନ୍ସି କ୍ରୋନିଏ-ସାଉଥ ଆଫ୍ରିକାର ପୂର୍ବତନ ଅଧିନାୟକ ହାନସି କ୍ରୋନିଏ ସଫଳ ଲିଷ୍ଟରେ ରହିଛନ୍ତି। କ୍ରୋନିଏଙ୍କ କ୍ୟାପଟେନସିପରେ ୬୬ % ହାରରେ ୧୯୧ ଟି ମ୍ୟାଚରୁ ୧୨୬ଟି ମ୍ୟାଚ ଜିତିଛି ସାଉଥ ଆଫ୍ରିକା।

, ଦଳ ପାଇଁ ଥିଲେ ଦୁର୍ଲଭ, ଜାଣିବା ୧୦ ସଫଳ କ୍ୟାପଟେନଙ୍କ କାହାଣୀ

ମହମ୍ମଦ ଆଝାରଉଦ୍ଦିନ– ଷ୍ଟାଇଲିଷ୍ଟ୍ ବ୍ୟାଟସମ୍ୟାନ୍ ମହମ୍ମଦ ଆଝାରଉଦ୍ଦିନ। ୧୯୯୦ରୁ ଆଝାରଉଦ୍ଦିନଙ୍କ ନେତୃତ୍ୱରେ ଭାରତ ଖେଳିଥିବା ୨୨୧ ଟି ମ୍ୟାଚରୁ ୧୦୪ଟି ମ୍ୟାଚରେ ବିଜୟୀ ହୋଇଛି। ଆଝାର ଉଦ୍ଦିନଙ୍କ ବିଜୟ ହାର ଥିଲା ୪୭%।

, ଦଳ ପାଇଁ ଥିଲେ ଦୁର୍ଲଭ, ଜାଣିବା ୧୦ ସଫଳ କ୍ୟାପଟେନଙ୍କ କାହାଣୀ

ସୌରଭ ଗାଙ୍ଗୁଲି– ଆଧୁନିକ କ୍ରିକେଟର ସଫଳ କ୍ୟାପଟେନ ଭାବେ ସୌରଭ ଗାଙ୍ଗୁଲି ସ୍ଥାନ ପାଇଛନ୍ତି। ଦିନିକିଆ ମ୍ୟାଚରେ ସେ ୧୦ହଜାର ରନ୍ ପୂରଣ କରିଛନ୍ତି। ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତ ୧୯୫ ଟି ମ୍ୟାଚରୁ ୯୭ଟିରେ ଜିତିଛି। ସେ ଦିନିକିଆ କ୍ରିକେଟରେ ବେଷ୍ଟ ବାମହାତୀ ବ୍ୟାଟସମାନ ଭାବେ ମଧ୍ୟ ପରିଚିତ।

, ଦଳ ପାଇଁ ଥିଲେ ଦୁର୍ଲଭ, ଜାଣିବା ୧୦ ସଫଳ କ୍ୟାପଟେନଙ୍କ କାହାଣୀ

ଅର୍ଜୁନ ରଣତୁଙ୍ଗା– ୧୯୯୦ରେ ଶ୍ରୀଲଙ୍କା ଦଳର କ୍ୟାପଟେନ ଦାୟିତ୍ୱ ଗ୍ରହଣ କରିଥିଲେ ରଣତୁଙ୍ଗା। ତାଙ୍କରି ନେତୃତ୍ୱରେ ଶ୍ରୀଲଙ୍କା ଦଳ ୧୯୯୬ ମସିହାରେ ବିଶ୍ୱକପ୍ ବିଜୟୀ ହୋଇଥିଲା। ନିଜର ଶାନ୍ତ ସ୍ୱଭାବ ପାଇଁ କ୍ୟାପଟେନ କୁଲ୍ ଭାବେ ପରିଚିତ ରଣତୁଙ୍ଗା ଶ୍ରୀଲଙ୍କା ଟିମକୁ ନୂଆ ଦିଶା ଦେଖାଇଥିଲେ। ଶ୍ରୀଲଙ୍କା ପାଇଁ  ୨୪୯ଟି ମ୍ୟାଚର ନେତୃତ୍ୱ ନେଇ ୪୧ ପ୍ରତିଶତ ହାରରେ ୧୦୧ଟି ମ୍ୟାଚ ଜିତାଇବାର ରେକର୍ଡ ଅର୍ଜୁନ ରଣତୁଙ୍ଗାଙ୍କ ନାମରେ ରହିଛି।

, ଦଳ ପାଇଁ ଥିଲେ ଦୁର୍ଲଭ, ଜାଣିବା ୧୦ ସଫଳ କ୍ୟାପଟେନଙ୍କ କାହାଣୀ

ଇମ୍ରାନ ଖାନ– ପାକିସ୍ତାନ ଟିମର ସଫଳ କ୍ୟାପଟେନ ଇମ୍ରାନ ଖାନ। ତାଙ୍କରି ନେତୃତ୍ୱରେ ପାକିସ୍ତାନ ପ୍ରଥମ ଥର ପାଇଁ ୧୯୯୨ ମସିହାରେ ବିଶ୍ୱକପ୍ ବିଜେତା ହୋଇଥିଲା। ପାକିସ୍ତାନ ଟିମ୍  ଇମ୍ରାନଙ୍କ ନେତୃତ୍ୱରେ ୧୮୭ଟି ମ୍ୟାଚ ଖେଳିଥିବାବେଳେ ୯୧ ଟି ମ୍ୟାଚରେ ବିଜୟୀ ହୋଇଛି।

, ଦଳ ପାଇଁ ଥିଲେ ଦୁର୍ଲଭ, ଜାଣିବା ୧୦ ସଫଳ କ୍ୟାପଟେନଙ୍କ କାହାଣୀ

Post Your View

Leave a Reply

Your email address will not be published. Required fields are marked *

Back to top button