ଆଜି ବିଶ୍ୱ ଅପେରା ଦିବସ, ଓଡ଼ିଶା ଅପେରା ଜଗତର ସ୍ୱତନ୍ତ୍ର ସ୍ଥାନ

ଅପେରା କଥା ଶୁଣିଲେ ଅନେକ ଅପେରାର ଚିତ୍ର ମନରେ ଆଙ୍କି ହୋଇଯାଏ। କିନ୍ତୁ ଏହି ଅପେରାକୁ ନେଇ ପ୍ରତିବର୍ଷ ଅପେରା ଦିବସ ପାଳନ ହୋଇଥାଏ। ଫେବୃଆରୀ 8ତାରିଖରେ ପାଳନ ହୁଏ ଅପେରା ଦିବସ। ଇଉରୋପ ଭାଷାରେ ଅପେରା ହେଉଛି ନାଟକ। ଯେଉଁଥିରେ ସଂଗୀତର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ଅଭିନୟ, ସଂଳାପ, ନୃତ୍ୟ, ଗୀତର ସମାହାରରେ ଅପେରାର ସୃଷ୍ଟି । ଷୋଡଶ ଶତାବ୍ଦୀର ଶେଷ ଭାଗରେ ଇଉରୋପୀୟ ଅପେରାରର ଉତ୍ପତ୍ତି ହୋଇଥିଲା। କିଛି ବର୍ଷ ମଧ୍ୟରେ ଏହା ବେଶ୍ ଲୋକପ୍ରିୟତା ପାଇବା ସହ ଆଦୃତ ହୋଇଥିଲା। ଲାଟିନ୍ ଶବ୍ଦ ‘ଓପସ୍’ ରୁ ଅପେରାର ସୃଷ୍ଟି। ପ୍ରଥମେ ପ୍ରଥମେ ମହିଳାଙ୍କୁ ବାରଣ ଥିଲା। ଇଉରୋପରେ ଗୈାତମ ବୁଦ୍ଧଙ୍କୁ ନେଇ ଅପେରା ହୋଇଥିବା ମଧ୍ୟ ଜଣାଯାଏ।

ଏହାସହ ଓଡ଼ିଶାରେ ମଧ୍ୟ ଯାତ୍ରାର ଭୂମିକା ଅତି ନିଆରା । ସିନେ ଜଗତ ପୂର୍ବରୁ ଯାତ୍ରାର ପ୍ରଥମେ ଅଦ୍ଭୁଦୟ ଘଟିଥିଲା । ଚଳଚିତ୍ର ଦୁନିଆ ଆଗକୁ ବୃଦ୍ଧି ଘଟିଥିଲେ ମଧ୍ୟ ଯାତ୍ରା ବା ଅପେରାକୁ ନେଇ ଏବେ ବି ଲୋକଙ୍କ ମନରେ ଉତ୍ସାହ ଭରିରହିଛି । ଅନେକ ମେଳା ଓ ପର୍ବପର୍ବାଣିରେ ଅପେରା ପାଇଁ ଦର୍ଶକ ଆଗ୍ରହର ସହ ଅପେକ୍ଷା କରିରହିଥାନ୍ତି । ଆଧୁନିକତା ସହ ମଣିଷ ଯେତେ ବି ଆଗକୁ ଯାଉ ନା କାହିଁକି ଅପେରାର ଭୂମିକା ପୂର୍ବପରି ରହିଥିବ ।

Post Your View

Leave a Reply

Your email address will not be published. Required fields are marked *

Back to top button