କରୋନା ମରିବନି,କରୋନାକୁ ସାଥିରେ ନେଇ ହିଁ ଜୀବନ ଜିଇଁବାକୁ ହେବ

କରୋନା ମରିବନି,ଏହି ସତକୁ ଆମକୁ ମାନିନେବାକୁ ପଡିବ । ବର୍ତମାନ ସୁଦ୍ଦା ଆମେ ଯାହା ବି ଚେଷ୍ଟା କରିଛୁ ସେ ଚେଷ୍ଟା ଆମକୁ ସାରାଜୀବନ କରିବାକୁ ପଡିବ । ଅର୍ଥାତ ସବୁଠି କାୟା ମେଲାଇ ବଢିଚାଲିଛି କରୋନା ଏବଂ ଏହାକୁ ରୋକିବା ପାଇଁ ବଡ ବଡ ବିଷେଷଜ୍ଞ ଓ ଡାକ୍ତର ସାରା ବିଶ୍ୱରେ କାର୍ଯ୍ୟରତ କିନ୍ତୁ ଏଯାବତ୍ ନା ମିଳିଛି ଉପାୟ ନା ହୋଇପାରୁଛି କୈାଣସି ସୁବିଧା । ତେଣୁ ଏଚ୍ ଆଈ ଭି,ସ୍ୱାଇନ୍ ଫ୍ଲୁ ଭଳି ଭାଇରସ୍ ପରି ଏହି କରୋନା ଭାଇରସ କୁ ବି ନିଜର କରିବାକୁ ପଡିବ । ଏହିଭଳି ମତ ରଖିଛି ନିଜେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ତେବେ ପ୍ରତିଦିନ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖିଲେ ମନରେ ପ୍ରଶ୍ନ ଉଠୁଛି କେବେ ଥମିବ କରୋନା । କିନ୍ତୁ ବର୍ତ୍ତମାନ ସମୟରେ ବୃଦ୍ଧି ପାଉଥିବା କରୋନା ସଂକ୍ରମିତଙ୍କ ହାରକୁ ଦେଖିଲେ ମନେ ହେଉଛି କି ନିକଟ ଭବିଷ୍ୟତରେ ଯେମିତି କରୋନାର ଅନ୍ତି ନାହିଁ ।  ଲୋକଙ୍କ ଏଭଳି ଆଶଙ୍କାଙ୍କୁ ସତ ବୋଲି ପ୍ରମାଣିତ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ଡବ୍ଲୁଏଚଓର ଜରୁରୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ମାଇକେଲ ରାୟନ କହିଛନ୍ତି ଯେ, କରୋନାର କେବେ ଅନ୍ତ ହୋଇନପାରେ । ମାନବ ସମାଜରେ କରୋନା ଆଗକୁ ଆହୁରୀ ଭୟଙ୍କର ରୂପ ଧାରଣ କରିପାରେ । ଆଉ ଏହାର ପ୍ରକୋପ ବିଶ୍ୱରେ କେତେ ଦିନ ଯାଏଁ ଯେ ଜାରି ରହିବ ତାହା ମଧ୍ୟ ଅନୁମାନ କରିବା ବହୁତ ମୁସ୍କିଲ ହୋଇପଡିବ । ତେଣୁ ଏଥିପାଇଁ ଭୟଭୀୟ ନହୋଇ ବରଂ ଆମକୁ କରୋନାକୁ ସାଥିରେ ନେଇ ହିଁ ଜୀବନ ଜିଇଁବାକୁ ହେବ । ବିଶ୍ୱରେ ଯେତେବେଳେ ଏଚଆଇଭି ମାମଲା ସାମ୍ନାକୁ ଆସିଥିଲା ସେତେବେଳେ ଏହାକୁ ନେଇ ଲୋକେ ବେଶ ଆତଙ୍କୀତ ହୋଇପଡିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଲୋକେ ସର୍ତ୍ତ ସହ ଏଚଆଇଭି ସହ ବଂଚିବା ମଧ୍ୟ ଶିଖିଗଲେ । ଏବେବି ଏଚଆଇଭି ମାମଲା ସାମ୍ନାକୁ ଆସୁଛି ଏବଂ ଏଥିରେ ସଂକ୍ରମିତ ହେଉଥିବା ଲୋକଙ୍କୁ ବି ଉପଯୁକ୍ତ ଚିକିତ୍ସା କରାଯାଇ ସେମାନଙ୍କୁ ବଂଚାଇବାରେ ସକ୍ଷମ ହେଉଛୁ ,

By-Lopamudra barik

Post Your View

Leave a Reply

Your email address will not be published. Required fields are marked *

Back to top button