ୱାର୍ଲଡ ଫଟୋଗ୍ରାଫି ଡେ

ଫଟୋ ଏମିତି ଏକ ଜିନିଷ ଯାହା ଆମ ଜୀବନର ସବୁ ମୁହୂର୍ତ୍ତକୁ ସ୍ମୃତି କରି ରଖିଥାଏ । ଫଟୋ ଇତିହାସର ଅନେକ କାହାଣୀ ଦର୍ଶାଇଥାଏ । ଅଗଷ୍ଟ ୧୯ ତାରିଖରେ ସାରା ବିଶ୍ୱରେ ୱାର୍ଲଡ ଫଟୋଗ୍ରାଫି ଡେ ପାଳନ କରାଯାଏ । ଏହି ଅବସରରେ ଏମିତି କିଛି ଐତିହାସିକ ଫଟୋ ବିଷୟରେ ଜାଣିବା ଯାହାକୁ ଦେଖି ଆପଣ ଭାବବିହ୍ୱଳ ହୋଇପାରନ୍ତି କିମ୍ବା ଖୁସି ବି ହୋଇପାରନ୍ତି । ତେବେ ଫଟୋ ମାଧ୍ୟମରେ ଆମେ ଅନେକ କିଛି ବୟାନ କରିପାରୁ । ନିଜର କାହା ପ୍ରତି ଥିବା ଭଲପାଇବା, ସ୍ନେହ, ଯନ୍ତ୍ରଣା ଏମିତି ଅନେକ କିଛି ଜିନିଷ ଯାହା ଗୋଟିଏ ଫଟୋରେ କଏଦ ହୋଇଥାଏ । ଏହାସହ ହଜାର ହଜାର ଶଦ୍ଦର ଅର୍ଥ ବୁଝାଇଦିଏ ମାତ୍ର ଗୋଟିଏ ଫଟୋ । ସେଇ ଫଟୋ ମାଧ୍ୟମରେ ହିଁ ତ ବିତିଯାଇଥିବା ସ୍ମୃତି ସବୁଦିନ ଆମ ପାଇଁ ଅଲିଭା ହୋଇଯାଏ ।, ୱାର୍ଲଡ ଫଟୋଗ୍ରାଫି ଡେଶଦ୍ଦ ଅପେକ୍ଷା ଅଧିକ ପ୍ରଭାବଶାଳୀ ଭାବରେ ନିଜ ଭାବନାକୁ ଅନ୍ୟପାଖରେ ବର୍ଣ୍ଣନା କରୁଥିବାରୁ ବର୍ତମାନ ଡିଜିଟାଲ ଦୁନିଆରେ ଯୋଗାଯୋଗର ଏକ ପ୍ରମୁଖ ଧାରା ପାଲଟିଛି ଫଟୋ ସେୟାରିଙ୍ଗ୍ । ତେବେ ଆଜି ହେଉଛି “ୱାର୍ଲଡ ଫଟୋଗ୍ରାଫି ଡେ” । ଆଜି ଫଟୋଗ୍ରାଫିର ବିଜ୍ଞାନ, ଇତିହାସ ଓ ହସ୍ତଶିଳ୍ପର ଉତ୍ସବକୁ ପାଳନ କରିବା ପାଇଁ ବିଶ୍ୱବ୍ୟାପୀ ପାଳିତ ହେଉଛି ଏହି ଦିନ । ବର୍ତମାନ ସମୟରେ ଫଟୋ ଉଠାଇବା ଆମ ଜୀବନର ଯେମିତି ଏକ ପ୍ରମୁଖ କାମ ହୋଇଯାଇଛି । ଅଫିସ୍ କାମ ହେଉ କି ସାଙ୍ଗମାନଙ୍କ ସାଙ୍ଗରେ ଟାଇମ୍ ପାସ୍ ସବୁଥିରେ ଫଟୋ ଟିଏ ଉଠାଇବା ଜରୁରୀ ମନେ ହୁଏ । କାହିଁକି ବା ହେବନି କାରଣ ଗୋଟିଏ ଫଟୋ ହିଁ ତ ଆପଣଙ୍କ ଅନେକ କାର୍ଯ୍ୟର ପ୍ରମାଣ ହୋଇଥାଏ । ଏଥିସହିତ ବିତିଯାଉଥିବା ସମୟକୁ ଆମେ ତୋଳି ଧରିବାରେ ସକ୍ଷମ ହୋଇଥାଉ କେବଳ ଗୋଟିଏ ଫଟୋ ମାଧ୍ୟମରେ ।, ୱାର୍ଲଡ ଫଟୋଗ୍ରାଫି ଡେଦୁନିଆରେ ପ୍ରଥମ ଥର ପାଇଁ ୧୮୩୭ରେ ଫଟୋଗ୍ରାଫିକ୍ ପ୍ରୋସେସ୍‌, ଲୁଇସ୍ ଡାଗୁରେ ଓ ଜୋସେଫ ନିକେଫୋର ନିପ୍ସଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ଫଟୋ ଉତୋଳନର ପ୍ରକ୍ର୍ରିୟାକୁ ୧୮୩୯ ଜାନୁଆରୀ ୯ରେ ଫ୍ରେଂଚ୍ ଏକାଡେମୀ ଅଫ ସାଇନ୍ସ ଆନୁଷ୍ଠାନିକ ଭାବରେ ଘୋଷଣା କଲା । ୨୦୧୫ରେ ସିରିୟାର ଶିଶୁ ଅୟଲାନର ଏହି ଫଟୋ ସାରା ବିଶ୍ୱକୁ ଚକିତ କରିଥିଲା। ଏହି ଫଟୋରେ ଅୟଲାନର ମୃତଦେହ ନଜର ଆସିଥିଲା। ସମୁଦ୍ର କୂଳରେ ପେଟେଇ ପଡିଥିବା ଅୟଲାନର ମୃତଦେହ ସାରା ବିଶ୍ୱକୁ କନ୍ଦାଇ ଦେଇଥିଲା। ଡଙ୍ଗା ବୁଡ଼ିବାରୁ ଅୟଲାନର ମୃତ୍ୟୁ ହୋଇଥିଲା। ଆର ଦିନ ସକାଳୁ ସମୁଦ୍ର କୂଳରୁ ଶିଶୁର ଶବ ଏହିଭଳି ଅବସ୍ଥାରେ ଉଦ୍ଧାର ହୋଇଥିଲା। ସିରିୟାରେ ଚାଲିଥିବା ହିଂସା ଯୋଗୁଁ ୟୁରୋପ ପଳାୟନ କଲାବେଳେ ଅୟଲାର ମୃତ୍ୟୁ ହୋଇଥିଲା।

Post Your View

Leave a Reply

Your email address will not be published. Required fields are marked *

Back to top button