ବିଶ୍ୱ ଜଳ ଦିବସ

ଜଳ ବିନା ଜୀବ ଜଗତ ଅସମ୍ଭବ । ବିନା ଜଳରେ ଦୂବ ବି କଇଁଳିବା ସମ୍ଭବପର ନୁହେଁ । ଜଳ ଅଛି ମାନେ ହିଁ ଜୀବନ ଅଛି । କିନ୍ତୁ ଅନେକ ସମୟରେ ଜଳର ଅଯଥା ବ୍ୟବହାର ମଧ୍ୟ କରାଯାଉଛି । ତେବେ ଆଗାମୀ ପିଢୀ ପାଇଁ ସୃଷ୍ଟି କରିବାକୁ ଯାଉଛି ବିପଦ । ଏହାସହ ପୃଥିବୀର ପ୍ରାୟ ୭୧.୪ ପ୍ରତିଶତ ଜଳପୂର୍ଣ୍ଣ ଅଟେ । ଜୀବନ ବଞ୍ଚିବା ପାଇଁ ଜଳର ମୂଲ୍ୟ ଅତି ଜରୁରୀ । କିନ୍ତୁ ଜଣାଯାଏ ଯେ ୨୦୨୫ ସୁଦ୍ଧା ବିଶ୍ୱର ଅର୍ଦ୍ଧାଧିକ ଲୋକେ ଯଥେଷ୍ଟ ଜଳ ପାଇବେ ନାହିଁ । ଧିରେ ଧିରେ ଜଳ ଏହି ବିଶ୍ୱରୁ ଶେଷ ହେବାକୁ ଲାଗିଲାଣି ।, ବିଶ୍ୱ ଜଳ ଦିବସଜାତି ସଂଘର ଅନୁମୋଦନ କ୍ରମେ ପ୍ରତିବର୍ଷ ମାର୍ଚ୍ଚ ୨୨ ତରିଖକୁ ବିଶ୍ବ ଜଳ ଦିବସ ଭାବେ ପାଳନ କରାଯାଇ ଆସୁଛି । ବିଶ୍ବର ସମସ୍ତ ବିକଶିତ ଦେଶରେ ସ୍ୱଚ୍ଛ ଏବଂ ସୁରକ୍ଷିତ ଜଳ ଉପଲବ୍ଧ କରାଇବା ସହ ଜଳ ସଂରକ୍ଷଣର ମହତ୍ତ୍ୱ ତଥା ଆବଶ୍ୟକତା ବିଷୟରେ ଜନ ସଚେତନତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ । ପ୍ରଥମ ଥର ପାଇଁ ୧୯୯୨ ମସିହାରେ ବ୍ରାଜିଲ ସ୍ଥିତ ରିଓ ଡି ଜେନିରୋଠାରେ ମିଳିତ ଜାତିସଂଘର ଆୟୋଜିତ “ପର୍ଯ୍ୟାବରଣ ଓ ବିକାଶ ସମ୍ମେଳନ”ରେ ବିଶ୍ୱ ଜଳ ଦିବସ ପାଳନ କରାଯିବାର ନିଷ୍ପତ୍ତି ନିଆଯାଇଥିଲା ।, ବିଶ୍ୱ ଜଳ ଦିବସପରେ ପୁଣି ମିଳିତ ଜାତିସଂଘର ସାଧାରଣ ସଭାରେ ୧୯୯୩ ମସିହାରେ ଏହି ନିଷ୍ପତ୍ତି ଅନୁମୋଦନ ଲାଭ କଲା । ସ୍ୱଚ୍ଛ ତଥା ସୁରକ୍ଷିତ ଜଳର ଆବଶ୍ୟକତା ବିଷୟରେ ଜନ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଏହି ଦିନଟିକୁ ପ୍ରତିବର୍ଷ ଏକ ବାର୍ଷିକ କାର୍ଯ୍ୟକ୍ରମ ଭାବେ ପାଳିବାକୁ ସର୍ବ ସମ୍ମତି କ୍ରମେ ଗୃହିତ ହେଲା । ତେଣୁ ମାନବଜାତିର ଭବିଷ୍ୟତ ପାଇଁ ଜଳ ନଷ୍ଟ କରିବା ଅନୁଚିତ ।, ବିଶ୍ୱ ଜଳ ଦିବସଯେକୌଣସି ରାଷ୍ଟ୍ରର ସମୃଦ୍ଧିପାଇଁ ତାହାର ଜଳ ସମ୍ପଦର ଅବଦାନ ଉଲେଖନୀୟ । କୃଷି, ଶିଳ୍ପ ଓ ଗମନାଗମନ ପାଇଁ ଭୂପୃଷ୍ଣ ଜଳ ସମ୍ପଦର ବହୁଳ ଆବଶ୍ୟକତା ରହିଛି । ସମୃଦ୍ଧିଶାଳୀ ରାଷ୍ଟ୍ର ସେମାନଙ୍କର ଜଳ ସମ୍ପଦର ସଂରକ୍ଷଣ ଓ ସୁପରିଚାଳନା କରି ଆସୁଛନ୍ତି । ପୃଥିବୀର ଅଧୁକାଂଶ ଗରିବ ରାଷ୍ଟ୍ରରେ ଉତ୍କଟ ଜଳାଭାବ ସେମାନଙ୍କର ଶିଳ୍ପ ସମୃଦ୍ଧିପାଇଁ ଏକ ପ୍ରତିବନ୍ଧକ ଭାବେ ଦେଖାଦେଇଛି । ଏଥିରୁ ଆମପାଇଁ ଜଳସମ୍ପଦର ଆବଶ୍ୟକତା ସହଜରେ ଅନୁମେୟ । ଗୋଟିଏ ସ୍ଥାନର ଜଳ ସମ୍ପଦର ପରିମାଣ ସେହି ସ୍ଥାନର ବୃଷ୍ଟିପାତ ଉପରେ ନିର୍ଭର କରୁଥିଲେ ମଧ୍ୟ ଏହା ଆହୁରି ଅନେକ କାରକ ଦ୍ଵାରା ନିୟନ୍ତ୍ରିତ ହୋଇଥାଏ ।

Post Your View

Leave a Reply

Your email address will not be published. Required fields are marked *

Back to top button