ପିଲାଙ୍କ ଭ୍ୟାକସିନ ପାଇଁ ଆହୁରି ଅପେକ୍ଷା

ଆପାତକାଳୀନ ମଞ୍ଜୁରୀ ପାଇଁ ଲାଗିପାରେ ଆଉ କିଛି ସମୟ..

ଗୁଜରାଟ ସ୍ଥିତ ଫାର୍ମାସ୍ୟୁଟିକାଲ୍ସ କମ୍ପାନୀ ଜିଡସ କାଡିଲାର ଶିଶୁଙ୍କ ପାଇଁ ତିଆରି ହୋଇଥିବା କରୋନା ଭ୍ୟାକସିନ ଜାୟକୋବ-ଡି (Zycov-D) କୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିବାକୁ ଆଉ କିଛି ଦିନ ସମୟ ଲାଗିପାରେ। ଜିଡସ କାଡିଲା ଜୁଲାଇ ୧ରେ ନିଜ କୋଭିଡ-୧୯ ଭ୍ୟାକସିନର ଜରୁରୀକାଳୀନ ଉପଯୋଗ ପାଇଁ ଭାରତର ଔଷଧି ମହାନିୟନ୍ତ୍ରକ ଡିସିଜିଆଇଠୁ ମଞ୍ଜୁରୀ ମାଗିଥିଲା। କମ୍ପାନୀ ଅନୁଯାୟୀ, କମ୍ପାନୀ ଭାରତରେ ଏବେ ସୁଦ୍ଧା ୫୦ ରୁ ଅଧିକ କେନ୍ଦ୍ରରେ ୨୮ ହଜାରରୁ ଅଧିକ ସ୍ବେଛାସେବୀଙ୍କ ଉପରେ ଭ୍ୟାକସିନର କ୍ଲିନିକାଲ ଟ୍ରାଏଲ କରିଛି। ଅନ୍ତରୀଣ ଡାଟାରେ ଭ୍ୟାକସିନ ସୁରକ୍ଷିତ ବୋଲି ଜଣାପଡିଛି।, ପିଲାଙ୍କ ଭ୍ୟାକସିନ ପାଇଁ ଆହୁରି ଅପେକ୍ଷାଜିଡସ କାଡିଲା ଏକ ବୟାନରେ କହିଛି ଯେ, କମ୍ପାନୀ ଜାୟକୋବ-ଡି ପାଇଁ ଡିସିଜିଆଇର କାର୍ଯ୍ୟାଳୟରେ ଇୟୁଏ ପାଇଁ ଆବେଦନ କରିଛି। ଏହା କୋଭିଡ ବିରୋଧରେ ଏକ ପ୍ଲାସ୍ମିଡ ଡିଏନଏ ଭ୍ୟାକସିନ।ଡାଟା ମୁତାବକ ଜବକୋଭି-ଡି ୧୨ ରୁ ୧୮ ବର୍ଷର ପିଲାମାନଙ୍କ ପାଇଁ ସୁରକ୍ଷିତ । କମ୍ପାନୀ ପକ୍ଷରୁ ପ୍ରତିବର୍ଷ ୧୨ କୋଟି ଟିକା ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛି । ଯଦି ଏହି ଟିକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳୁଛି ତେବେ ଏହା ବିଶ୍ୱର ପ୍ରଥମ ଡିଏନଏ ଆଧାରିତ ଟିକା ଓ ଭାରତରେ ୫ମ ଟିକା ଭାବେ ଲୋକମାନଙ୍କ ଠାରେ ବ୍ୟବହାର ହେବ ।, ପିଲାଙ୍କ ଭ୍ୟାକସିନ ପାଇଁ ଆହୁରି ଅପେକ୍ଷାଜାଇଡସ ପକ୍ଷରୁ କୁହାଯାଇଛି କି କୋଭିଡର ନୂଆ ସ୍ୱରୂପ ଉପରେ ଏହା ବେସ୍ ପ୍ରଭାବଶାଳୀ ରହିବ । କୋଭାକ୍ସିନ ପରେ ଜାଇକୋଭି-ଡି ଭାରତରେ ଦ୍ୱିତୀୟ ବିକଶିତ ଟିକା । ଜାଇକୋଭି-ଡି ଟିକା ଲୋକଙ୍କ ଠାରେ ୩ ଟି ପର୍ଯ୍ୟାୟରେ ଦିଆଯିବ   । ଏହି ଟିକାର ପ୍ରଥମ ଖୋରାକ ନେବାର ୨୮ ଦିନ ପରେ ଦ୍ୱିତୀୟ ଓ ୫୬ ଦିନ ପରେ ତୃତୀୟ ଖୋରାକ ନେବାକୁ ହେବ ।ଡିସିଜିଆଇ ୨୦୨୦ ଜୁଲାଇମାସରେ ଜଇଡସ କାଡିଲାର ଟିକାକୁ ମାନବ ପରୀକ୍ଷଣ ପାଇଁ ଅନୁମତି ଦେଇଥିଲା । ସେହି ସମୟରେ କମ୍ପାନୀ ପକ୍ଷରୁ କୁହାଯାଇଥିଲା କି ଜାଇକୋଭି-ଡି ୨୦୨୧ ଜୁନ ମାସ ସୁଦ୍ଧା ବଜାରରେ ଉପଲବ୍ଧ ହେବ ।

Post Your View

Leave a Reply

Your email address will not be published. Required fields are marked *

Back to top button